ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଆଡ଼ପ ମଣ୍ଡପରେ ପୁଲିସ କର୍ମଚାରୀଙ୍କ ଗୁଣ୍ଡାଗିରି : ବ୍ୟାଚ୍‌ କାଢ଼ି କରୁଛନ୍ତି ଡ୍ୟୁଟି, ଅନ୍ୟାୟର ପ୍ରତିବାଦ କଲେ ଧମକ

Published By : Rasmita Pradhan | July 3, 2025 1:29 PM

ପୁରୀ, ୦୩/୦୭ : ଶ୍ରୀଗୁଣ୍ଡିଚା ମନ୍ଦିରରେ କିଛି ପୁଲିସ କର୍ମଚାରୀ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । ସାଧାରଣ ଶ୍ରଦ୍ଧାଳୁଙ୍କୁ ସମ୍ମାନହାନୀ ହେବା ଭଳି ବ୍ୟବହାର କରୁଛନ୍ତି । ସାଧାରଣ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଥିବା ଦର୍ଶନ ସୁବିଧା ଠେଲାପେଲାରେ ଭିତରେ ହେଉଛି । ହେଲେ ପୁଲିସ କର୍ମଚାରୀମାନେ ସେମାନଙ୍କ ଚିହ୍ନଜଣା ଲୋକଙ୍କୁ ଘଳିଆ ବାଟରେ ଠାକୁରଙ୍କ ରତ୍ନବେଦି ନିକଟକୁ ନେଇ ଦର୍ଶନ ସୁବିଧା ଦେଉଛନ୍ତି । ଏହାକୁ ସାଧାରଣ ଭକ୍ତ ବିରୋଧ କଲେ ବାଡ଼ ଜଗୁଥିବା ପୁଲିସ କର୍ମଚାରୀମାନେ ଗୁଣ୍ଡାଙ୍କ ଭଳି ଅଚରଣ ଦେଖାଉଛନ୍ତି । ଅସମ୍ମାନ ପ୍ରଦର୍ଶନ କରୁଥିବା କର୍ମଚାରୀମାନେ ସେମାନଙ୍କ ଛାତିରେ ଥିବା ନେମ୍‌ପ୍ଲେଟ୍‌ କାଢ଼ି ଡ୍ୟୁଟି କରୁଛନ୍ତି । ଯିଏ ପିନ୍ଧିଛି ତାଙ୍କ ନାମ ପଢ଼ିଲେ ସେମାନେ ମଧ୍ୟ କାଢ଼ି ପକେଟରେ ପୂରାଇ ଦେଉଛନ୍ତି । 

ପାରମାଣିକ ଦର୍ଶନ ଟିକଟ କାଉଣ୍ଟର ପାଖରେ ଏହି ଘଳିଆ ବାଟ କରାଯାଇଛି । ସେବାୟତ ଓ ତାଙ୍କ ପରିବାରଙ୍କ ନିମନ୍ତେ ରହିଥିବା ଦର୍ଶନ ସୁବିଧା ବାଟରେ ପୁଲିସ ପ୍ରଶାସନିକ ଅଧିକାରୀମାନେ ଏହି ଘଳିଆ ବାଟର ସୁବିଧା କରିଛନ୍ତି । ଯାହାକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନେକ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀଗୁଣ୍ଡିଚା ମଣ୍ଡପ ସିଂହଦ୍ୱାର ଆଗରେ ହୋଇଥିବା ପୁଲିସ କଣ୍ଟ୍ରୋଲ ରୁମ୍‌ରେ ବସିଥିବା ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ଏନେଇ ଅଭିଯୋଗ ହୋଇଛି । ଉକ୍ତ ଘଳିଆ ସ୍ଥାନରେ କୌଣସି ମାଜିଷ୍ଟ୍ରେଟ କିମ୍ବା ବଡ଼ ପଦାଧିକାରୀ ରହୁନାହାନ୍ତି । ଘଳିଆ ବାଟରେ ବାହାର ପୁଲିସ ମୁତୟନ ହୋଇଛନ୍ତି । ସେମାନେ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.