ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବାଂଲାଦେଶରୁ ଆସିଥିବା ଗୋଟିଏ ପରିବାରକୁ ଉଠେଇ ନେଲା ପୋଲିସ

Published By : Suraj Kumar | July 7, 2025 8:54 PM

ପାରାଦୀପ,୭।୭(ଆପ୍ର): ବାଂଲାଦେଶରୁ ପଳେଇ ଆସିଥିବା ଗୋଟିଏ ପରିବାର ର ୪ ଜଣଙ୍କୁ ସୋମବାର ଉଠେଇ ନେଇଛି ପାରାଦୀପ ଲକ୍ ଥାନା ପୁଲିସ। ପାରାଦୀପ ଲକ୍ ଥାନା ଅର୍ନ୍ତଗତ ଜର୍ଦ୍ଦାରିପଡ଼ା ଅଞ୍ଚଳରେ ରହୁ ଥିବା ୪ ଜଣଙ୍କୁ ଉଠେଇ ନେଇ ଅଜ୍ଞାତ ସ୍ଥାନରେ ପୁଲିସ ରଖିଛି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏ ବିଷୟରେ ପାଟି ଖୋଲୁନି ପୁଲିସ । ସେମାନେ ଜର୍ଦ୍ଦାରିପଡ଼ାର ସୁଜନ ଗାଏନଙ୍କ ଘରେ ପ୍ରଥମେ ଆସି ରହୁଥିଲେ। କିଛି ଦିନ ରହିଲା ପରେ ଏବେ ସେମାନେ ରାମ ସାହୁଙ୍କ ଘରେ ଭଡାନେଇ ରହୁଛନ୍ତି।

ବାଂଲାଦେଶର ଖୁନଲା ଜିଲ୍ଲାର ଡ଼ାକପ ଥାନା ଅର୍ନ୍ତଗତ ବାଣିସାନ୍ତା ଅଞ୍ଚଳର ଏହି ପରିବାର  ବୋଲି ସୁଜନ ଗାଏନଙ୍କ ସ୍ତ୍ରୀ କମଳା ଗାଏନ କହିଛନ୍ତି। କମଳା ଗାଏନଙ୍କ କହିବା ଅନୁସାରେ ସେମାନେ ବାଂଲାଦେଶ ରୁ ଗତ ମେ ମାସରେ ଲୁଚି ପଳେଇ ଆସି ପଶ୍ଚିମବଙ୍ଗର ପିଆଲିରେ ରହୁଥିଲେ।ସୁଜନ ଗାଏନଙ୍କ ଭଉଣୀ ଘର ହେଉଛି ପଶ୍ଚିମବଙ୍ଗ ପିଆଲି। ସୁଜନ ତାଙ୍କ ଭଉଣୀ ଘରକୁ ଯାଇଥିଲେ। ସେମାନଙ୍କ ସହ ସୁଜନ ଗାଏନଙ୍କ ପରିଚିତ ହୋଇଥିଲା। ତେଣୁ ସୁଜନ ଗାଏନଙ୍କ ସାଥିରେ ସେହି ବାଂଲାଦେଶର ୪ ଜଣ ସଦସ୍ୟ ପାରାଦୀପ ଆସିଥିଲେ। ସେମାନଙ୍କର ଏଠାରେ କୌଣସି କାଗଜପତ୍ର ହୋଇ ନ ଥିବା କମଳା କହିଛନ୍ତି। 

ପୋଲିସ ଉଠେଇ ଆଣିଥିବା ବାଂଲାଦେଶର ୪ ଜଣ ସଦସ୍ୟ ମଧ୍ୟ ମାନୁ ଛନ୍ତି ଯେ ସେମାନେ ବାଂଲାଦେଶ ର ନାଗରିକ। ସୋମବାର ଅପରାହ୍ନ ରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ ଭାରପ୍ରାପ୍ତ ତହସିଲଦାର ତଥା ପାରାଦୀପ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,କୁଜଙ୍ଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋଜ ବେହେରା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ସ୍ୱାଗତିକା ମିଶ୍ର ଓ ସିଡିଏମଓ ଙ୍କ ପ୍ରତିନିଧି ଡଃ ବସନ୍ତ କୁମାର ରାଉତ,ପାରାଦୀପ ଲକ୍ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସଦସ୍ୟ ମାନେ ଯାଞ୍ଚ କରିବା ସହ ଏକ ରିପୋର୍ଟ ଜିଲ୍ଲା କମିଟିକୁ ଦେଇଥିବା ସୂଚନା ମିଳିଛି। ପରେ ଏହାକୁ (ବିଏସଏଫ)କୁ ହସ୍ତାନ୍ତର କରାଯିବାର ନିୟମ ରହିଛି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.