ଭୁବନେଶ୍ୱର,୨୫/୦୧: ସାଧାରଣତନ୍ତ୍ର ଦିବସ ପାଇଁ ଘୋଷଣା ହେଲା ରାଷ୍ଟ୍ରପତି ପୁରସ୍କାର । ପୁରସ୍କୃତ ହେବେ ଓଡ଼ିଶାର ୧୯ ପୋଲିସ ।ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିବାରୁ ହେବେ ସମ୍ମାନିତ । ନିଜର ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ପାଇବେ ରାଷ୍ଟ୍ରପତି ପୁରସ୍କାର । ସୁପରିଟେଣ୍ଡେଣ୍ଟ ସରୋଜ ସାମଲ ଏବଂ କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ରାଷ୍ଚ୍ରପତି ପୁରସ୍କାର ପାଇଁ ମନୋନୀତ ହେଇଛନ୍ତି । ଆଉ ୬ ଜଣ ପୋଲିସ କର୍ମଚାରୀ ସାହସିକତା ପୁରସ୍କାର ପାଇବେ । ଏସ୍ଆଇ ଗିରିଶ ଚନ୍ଦ୍ର ମାଝି, ହାବିଲଦାର ପବିତ୍ର କୁମାର ସାହୁ ଏବଂ ହାବିଲଦାର ଉମେଶ ମୁଣ୍ଡା, କନେଷ୍ଟବଳ ପୀତାମ୍ବର ସତନାମି, କବି ଚନ୍ଦ୍ର ରାଉତ, ସୁଶାନ୍ତ କୁମାର ସାଗର ନିଜ ନିଜର ସାହସିକତା ପାଇଁ ପୁରସ୍କୃତ ହେବେ ।
ସେହିଭଳି ନିଜର ପ୍ରସଂଶନୀୟ କାର୍ଯ୍ୟ ପାଇଁ ୧୧ ଜଣ ପୋଲିସଙ୍କୁ ମିଳିବ ପୁରସ୍କାର । ସେମାନେ ହେଉଛନ୍ତି, କନଷ୍ଟେବଲ ପରିତୋଷ ମଣ୍ଡଲ, ଏସ୍ଆଇ ଏସ୍କେ ଆବଦୁଲ ଫୟଜ୍, କଲଷ୍ଟେବଲ ମହମ୍ମଦ ତୋସିଫ ରବାନି, ଏଏସ୍ଆଇ ସରତ ଚନ୍ଦ୍ର ବେହେରା, କନଷ୍ଟେବଲ ତ୍ରିଲୋଚନ ବୁଦ୍ଧିଆ, ଏସ୍ଆଇ ତେଜ୍ ବାହାଦୂର୍ ଗୁରୁଙ୍ଗ, ହାବିଲଦାର ଅତୁଲ କୁମାର ବିଶ୍ୱାଳ, ହାବିଲଦାର ଜୟନ୍ତୀ ସୁନା , ହାବିଲଦାର ମନୋଜ କୁମାର ଜେନା, କଲଷ୍ଟେବଲ ନରେଶ କୁମାର ଚୌଧୁରୀ, ହାବିଲଦାର ଦେବ ପ୍ରସାଦ ମହାନ୍ତି ।
ସେହିପରି ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩ ଜଣ, ଆସାମରୁ ୧୫ ଜଣ, ବିହାରରୁ ୯ ଜଣ, ଛତିଶଗଡ଼ରୁ ୨୨ ଜଣ , ଦିଲ୍ଲୀରୁ ୨୦ ଜଣ, ଗୋଆରୁ ଜଣେ, ଗୁଜରାଟରୁ ୧୧ ଜଣ, ହରିୟାଣାରୁ ୯ ଜଣ, ଝାଡଖଣ୍ଡ ୧୨ ଜଣ, କର୍ଣ୍ଣାଟକରୁ ୨୧ ଜଣ, କେରଳରୁ ୧୧ ଜଣ, ମଧ୍ୟପ୍ରଦେଶରୁ ୨୧ ଜଣ ପୁରସ୍କୃତ ହେବେ । ମହାରାଷ୍ଟ୍ରରୁ ୪୩ ଜଣ, ମଣିପୁରରୁ ୮ ଜଣ, ମେଘାଳୟରୁ ୩ ଜଣ, ମିଜୋରାମ୍ରୁ ୪ ଜଣ, ନାଗାଲାଣ୍ଡରୁ ୪ ଜଣ, ପଞ୍ଜାବ ୧୭ ଜଣ, ରାଜସ୍ଥାନରୁ ୧୭ ଜଣ, ସିକ୍କିମରୁ ୨ ଜଣ, ତାମିଲନାଡୁରୁ ୨୩ ଜଣ, ତେଲେଙ୍ଗାନାରୁ ୧୪ ଜଣ, ତ୍ରିପୁରାରୁ ୭ ଜଣ, ଉତ୍ତରପ୍ରଦେଶରୁ ୯୫ ଜଣ, ଉତ୍ତରାଖଣ୍ଡରୁ ୫ ଜଣ, ପଶ୍ଚିମବଙ୍ଗରୁ ୨୨ ଜଣ ପୋଲିସ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ପୋଲିସ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।