ମହାବିରୋଡ଼,୧୮/୦୫:ଚୋରା ମହୁଲ ବୋଝେଇ ମିନିଟ୍ରକକୁ ଧରିଲା ପୁଲିସ। ଏଥିସହ  ୮ କୁଇଣ୍ଟାଲ ମହୁଲ ଜବତ କରିବା ସହ ଚାଳକକୁ ଗିରଫ କରିଛି ମହାବିରୋଡ଼ ଥାନା ପୁଲିସ। 

ତେବେ ଗତକାଲି ରାତି ୧୦ଟା ବେଳେ ଢେଙ୍କାନାଳ ଜିଲ୍ଲା ଡୋଲିଆ ଛକ ନିକଟରେ ପୁଲିସ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଏକ ଚୋରା ମହୁଲ ବୋଝେଇ ହୋଇ ଯାଉଥିବା ମିନିଟ୍ରକକୁ ପୁଲିସ ମାଡି ବସିଥିଲା । ଚାଳକ ଡୋଲିଆ ଗାଁ ଭୁଟବୁଟି ସାହିର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ପୁଲିସ ଗିରଫ କରିଛି। ଏଥିସହ ମହୁଲ ବୁଝେଇ ମିନି ଟ୍ରକ ମହାବିରୋଡ଼ ଥାନାରେ ଅଟକ ରଖିଛି।  ଅଭିଯୁକ୍ତଙ୍କୁ ଆଜି ଅଦାଲତ ଚାଲଣ କରାଯିବ ବୋଲି ଥାନା ଅଧିକାରୀ କାଶୀନାଥ ହାଁସଦା ସୂଚନା ଦେଇଛନ୍ତି।