ଭୁବନେଶ୍ୱର,୨୦/୧୦: ବଡ଼ଗଡ଼ ବ୍ରିଟ୍‌ କଲୋନୀର ଏକ ଘରେ  ବିପୁଳ ମାତ୍ରାରେ ବାଣ ଗଚ୍ଛିତ ରଖାଯାଇଥିଲା । ଗରାଖମାନଙ୍କୁ ଲୁଚାଛପାରେ  ବିକାଯାଉଥିଲା । ଏହି ଖବର ମିଳିବା ମାତ୍ରେ ବଡ଼ଗଡ଼ ଥାନା ପୁଲିସ ଉକ୍ତ ଘରେ  ଚଢ଼ଉ କରିଥିଲା । ଉକ୍ତ ଘରେ ୨ଟି ରୁମ୍‌ରେ ପୁଳା ପୁଳା ବାଣ ରଖାଯାଇଥିଲା ।  ପୁଲିସ ଏସବୁ ବାଣକୁ ଜବତ କରିବା ପରେ ପାଣିରେ ପକାଇ ନିଷ୍କ୍ରିୟ  କରାଇଥିଲା । ବେଆଇନ୍‌ ବାଣ ବିକିବା ଅଭିଯୋଗରେ ପୁଲିସ ପ୍ରିୟରଞ୍ଜନ ସାମଲ ନାମକ ବେପାରୀକୁ ଅଟକ ରଖାଯାଇଛି । ଜବତ ହୋଇଥିବା ବାଣର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି ।