ଭୁବନେଶ୍ୱର,୨୬/୦୨: ୯୩୩ଟି ପୁଲିସ ସବ୍‌ଇନ୍ସପେକ୍ଟର ଓ ସମାନ ପାହ୍ୟା ପଦବି ପୂରଣ ନିମନ୍ତେ ପ୍ରକାଶ ପାଇଲା ପରୀକ୍ଷା ତାରିଖ । ମାର୍ଚ୍ଚ ୮ ଓ ୯ ତାରିଖରେ ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଚାଲିବ। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଏନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମଙ୍ଗଳବାର ନୋଟିସ୍‌ ଜାରି କରିଛି । 

ପ୍ରାର୍ଥୀମାନେ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୁଲିସ ୱେବ୍‌ସାଇଟ୍‌ (https:// odishapolice.gov.in) ରୁ ସେମାନଙ୍କ ଆଡମିଟ୍‌ କାର୍ଡ ପାଇପାରିବେ । ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସମୟ ସଂପର୍କରେ ସୂଚନା ଦିଆଯାଇଥିବ ବୋଲି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି । ପୁଲିସ ଏସ୍‌ଆଇ ଓ ଏହି ସମାନ ରାଙ୍କର ଅନ୍ୟାନ୍ୟ ପଦପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ସଂପର୍କରେ ଅଧିକ ସୂଚନା ଜାଣିବା ପାଇଁ ଉକ୍ତ ୱେବସାଇଟ୍‌କୁ ନିୟମିତ ଭାବେ ଯାଞ୍ଚ କରିବାକୁ ଆଶାୟୀମାନଙ୍କୁ ପରାମର୍ଶ ଦିଆଯାଇଛି । 

ସୂଚନାଯୋଗ୍ୟ, ୯୩୩ଟି ପଦବିରୁ ୬୦୯ଟି ପୁଲିସ୍‌ ଏସ୍‌ଆଇ ପାଇଁ ଉଦ୍ଦିଷ୍ଟ ରହିଛି । ବଳକା ୨୫୩ଟି ପଦବି ପୁଲିସ୍‌ ଏସ୍‌ଆଇ (ଆର୍ମଡ୍‌), ୪୭ଟି ଷ୍ଟେସନ ଅଫିସର (ଅଗ୍ନିଶମ) ଓ ୨୪ଟି ଆସିଷ୍ଟାଣ୍ଟ ଜେଲର ପାଇଁ ଉଦ୍ଦିଷ୍ଟ ଅଛି । 

ଏହି ଖବରଟିକୁ ପଢନ୍ତୁ-ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲେ ଦୁଇ ଟ୍ରକ୍‌, ୩ ଗୁରୁତର