ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମାର୍ଚ୍ଚ ୮ ଏବଂ ୯ରେ ପୁଲିସ ଏସ୍‌ଆଇ ପରୀକ୍ଷା

Published By : Rasmita Pradhan | February 26, 2025 8:52 AM

ଭୁବନେଶ୍ୱର,୨୬/୦୨: ୯୩୩ଟି ପୁଲିସ ସବ୍‌ଇନ୍ସପେକ୍ଟର ଓ ସମାନ ପାହ୍ୟା ପଦବି ପୂରଣ ନିମନ୍ତେ ପ୍ରକାଶ ପାଇଲା ପରୀକ୍ଷା ତାରିଖ । ମାର୍ଚ୍ଚ ୮ ଓ ୯ ତାରିଖରେ ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଚାଲିବ। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଏନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମଙ୍ଗଳବାର ନୋଟିସ୍‌ ଜାରି କରିଛି । 

ପ୍ରାର୍ଥୀମାନେ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୁଲିସ ୱେବ୍‌ସାଇଟ୍‌ (https:// odishapolice.gov.in) ରୁ ସେମାନଙ୍କ ଆଡମିଟ୍‌ କାର୍ଡ ପାଇପାରିବେ । ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସମୟ ସଂପର୍କରେ ସୂଚନା ଦିଆଯାଇଥିବ ବୋଲି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି । ପୁଲିସ ଏସ୍‌ଆଇ ଓ ଏହି ସମାନ ରାଙ୍କର ଅନ୍ୟାନ୍ୟ ପଦପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ସଂପର୍କରେ ଅଧିକ ସୂଚନା ଜାଣିବା ପାଇଁ ଉକ୍ତ ୱେବସାଇଟ୍‌କୁ ନିୟମିତ ଭାବେ ଯାଞ୍ଚ କରିବାକୁ ଆଶାୟୀମାନଙ୍କୁ ପରାମର୍ଶ ଦିଆଯାଇଛି । 

ସୂଚନାଯୋଗ୍ୟ, ୯୩୩ଟି ପଦବିରୁ ୬୦୯ଟି ପୁଲିସ୍‌ ଏସ୍‌ଆଇ ପାଇଁ ଉଦ୍ଦିଷ୍ଟ ରହିଛି । ବଳକା ୨୫୩ଟି ପଦବି ପୁଲିସ୍‌ ଏସ୍‌ଆଇ (ଆର୍ମଡ୍‌), ୪୭ଟି ଷ୍ଟେସନ ଅଫିସର (ଅଗ୍ନିଶମ) ଓ ୨୪ଟି ଆସିଷ୍ଟାଣ୍ଟ ଜେଲର ପାଇଁ ଉଦ୍ଦିଷ୍ଟ ଅଛି । 

ଏହି ଖବରଟିକୁ ପଢନ୍ତୁ-ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲେ ଦୁଇ ଟ୍ରକ୍‌, ୩ ଗୁରୁତର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.