କଟକ ୫।୧୦: ବିଭିନ୍ନ ସଙ୍ଗଠନ ପକ୍ଷରୁ  କଟକରେ ଆୟୋଜିତ ରାଲି ବେଳେ ଉତ୍ତେଜନା । ରାଲି ପାଇଁ ପୋଲିସ ଅନୁମତି ନଥିଲା । ଅନୁମତି ନଥିବାରୁ ରାଲିକୁ ଦରଘା ବଜାର ନିକଟରେ ଅଟକାଇଥିଲା ପୋଲିସ । ଫଳରେ ଦରଘା ବଜାର ନିକଟରେ ହଜାର ହଜାର ଲୋକ ଅଟକି ରହିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ  କରିଛି। ଏପରିକି ପୋଲିସ ପକ୍ଷରୁ ଲୁହ ଵୁହା ଗ୍ୟାସ ପ୍ରୟୋଗ କରାଯାଇଛି।

ଭସାଣି ଶୋଭାଯାତ୍ରା ବେଳେ ଆକ୍ରମଣ ଘଟଣାକୁ ନେଇ ସୋମବାର କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ  (ଭିଏଚ୍‌ପି । ବନ୍ଦ ଡାକରା ସମର୍ଥନରେ ବିଭିନ୍ନ ସଙ୍ଗଠନ ରବିବାର ରାଲି ବାହାର କରିଛନ୍ତି । ରାଲିରେ ପାଞ୍ଚ ଶହରୁ ଅଧିକ ବାଇକ୍ ସାମିଲ ହୋଇଛି । ବାଇକ୍ ରାଲି ସାରା ସହର ପରିକ୍ରମା କରିବା ଯୋଜନା ରହିଥିଲା । ସମ୍ବେଦନଶୀଳ ଅଞ୍ଚଳରେ ରାଲିକୁ ପୋଲିସ ଅଟକାଇଥିଲା। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।