କୋରେଇ ୨୩/୫: ପାଣିକୋଇଲି ଥାନା ଜଗନ୍ନାଥ ରୋଲିଙ୍ଗ ମିଲର ରୁଙ୍ଗତା ମାଇନ୍ସରୁ ଏକ ଟ୍ରକ ଜାନୁଆରୀ ୩୧ ରେ ରଡ ନେଇ ଆସୁଥିଲା l ରଡ୍ ଗାଡି ସଠିକ ସମୟରେ ନପହଂଚିବାରୁ ମାଲିକ ରତ୍ନାକର ସେନାପତି ଟ୍ରକ ଚାଳକ ସହ ଯୋଗାଯୋଗ କରିଥିଲେ l ହେଲେ ତାଙ୍କ ଫୋନ ସ୍ବିଚ ଅଫ ଥିଲା l ଖୋଜାଖୋଜି କରିବା ପରେ ଟ୍ରକଟିକୁ କୋରେଇ ଥାନା ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ନିକଟରୁ ଠାଵ କରାଯାଇଥିଲା l ହେଲେ ସେଥିରେ ଥିବା ରଡ ଚୋରି ହେଇଯାଇଥିଲା l ଏହାକୁ ନେଇ କୋରେଇ ଥାନାରେ ଅଭିଯୋଗ କରାଯାଇଥିଲା l ପୁଲିସ ଘଟଣାରେ ତଦନ୍ତ କରି ମୁମ୍ବାଇରୁ ଜଣେ ରଡ ଲୁଟେରା ଓ କ୍ରେତାଙ୍କୁ ଗୁରୁବାର ଧରିବାରେ ସକ୍ଷମ ହୋଇଛି l ସେମାନଙ୍କ ଠାରୁ ୧ ଟନରୁ ଅଧିକ ରଡ, ୫ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି l

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ...