ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଖଣ୍ଡଯୁଦ୍ଧ; ବିଜେଡିର ଲୋକସେବା ଭବନ ଘେରାଉ ବେଳେ ଧସ୍ତାଧସ୍ତି, ପାଣି ଓ ଟିୟର ଗ୍ୟାସ୍ ମାଡ଼ କଲା ପୁଲିସ

Published By : Manash Sahoo | July 16, 2025 12:17 PM

ଭୁବନେଶ୍ୱର ୧୬/୦୭: ଏଫଏମ ଛାତ୍ରୀ ମୃତ ସୌମ୍ୟାଶ୍ରୀଙ୍କୁ ନେଇ ହୁଲୁସ୍ତୁଲ ରାଜଧାନୀ । ଭୁବନେଶ୍ବର ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ । ଲୋକସେବା ଭବନ ଘେରାଉ ବେଳେ ବିଜେଡି କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ । ସ୍ଥିତି ନିୟନ୍ତ୍ରଣ ପାଇଁ ଟିୟର ଗ୍ୟାସ୍ ଏବଂ ପାଣି ମାଡ଼ କଲା କମିଶନରେଟ୍ ପୁଲିସ । ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ବିଜୁ ଜନତା ଦଳର ନେତା ଏବଂ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ । ଏହି ଘଟଣାରେ ଅନେକ ବିଜେଡି କର୍ମୀ ଆହତ ହୋଇଥିବା ବେଳେ କିଛି ପୁଲିସ୍ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ବିଜେଡ଼ି ବିଚାର ବିଭାଗୀୟ ତଦନ୍ତ ଦାବି କରବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବି କରିଛି । ଏନେଇ ଆଜି ରାସ୍ତାକୁ ଓହ୍ଳାଇଥିଲା ଛାତ୍ର ଯୁବକ ଓ ମହିଳା କର୍ମକର୍ତ୍ତାମାନେ । ଲୋକସେବା ଭବନ ଘେରାଉ ବେଳେ ଲୋୟର ପିଏମ୍‌ଜିରେ ଉତ୍ତ୍ୟକ୍ତ ହୋଇ ପ୍ରଥମ ବାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ଆନ୍ଦୋଳନ ବେଳେ ପୁଲିସ-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ ଏବଂ ପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା କନିଶନରେଟ୍ ପୁଲିସ।

ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ସୌମ୍ୟାଶ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ଯେଉଁମାନେ ତାଙ୍କୁ  ମୃତ୍ୟୁ ମୁହଁକୁ ଠେଲି ଦେଇଛନ୍ତି, ସେମାନେ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ । ସେହିପରି ଇପ୍‌ସିତା ସାହୁ କହିଛନ୍ତି, ପୀଡ଼ିତା ଏବିଭିପିର କର୍ମକର୍ତ୍ତା ଥିଲେ କିନ୍ତୁ ସେହି ସଂଗଠନର ଚକ୍ରାନ୍ତରେ ସେ ଫସି ଯାଇ ନିଜ ଆତ୍ମାହୁତି ଦେଇ ଦେଲେ । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବିଧାୟକ ଏହି ଘଟଣାରେ ଅବଗତ ଥାଇ ମଧ୍ୟ ଚୁପ୍ ରହିଲେ ଏବଂ ଛାତ୍ରୀଙ୍କୁ ନ୍ୟାୟ ଦେଇ ପାରିଲେ ନାହିଁ ।

ଅନ୍ୟପଟେ ଏହି ଘଟଣା ପରେ ଲୋୟର ପିଏମଜିରେ ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଡ୍ରୋନ୍ ସାହାଯ୍ୟରେ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖାଯାଇଛି । ପ୍ରଦର୍ଶନକ ବେଳେ ବିଜେଡିର କିଛି  ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଯାଇଛି ପୁଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.