ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ରାଜନୀତି ଅସନ୍ତୁଷ୍ଟ ଆତ୍ମାଙ୍କ ସମୁଦ୍ର : ନୀତିନ ଗଡକରୀ

Published By : Ankita S | December 3, 2024 8:18 AM

ମୁମ୍ବାଇ,୦୩/୧୨: ବିଜେପି ବରିଷ୍ଠ ନେତା ନୀତିନ ଗଡକରୀ ସବୁବେଳେ ତାଙ୍କର ନିର୍ଭୀକ ଓ ସ୍ପଷ୍ଟବାଦୀ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଜେପିକୁ ମଧ୍ୟ ସେ ସମାଲୋଚନା କରିବାକୁ ପଛାନ୍ତିନାହିଁ । ଏବେ ପୁଣି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗଡକରୀ । ସେ କହିଛନ୍ତି ରଜନୀତି ହେଉଛି ଅସନ୍ତୁଷ୍ଟ ଆତ୍ମାମାନଙ୍କର ଏକ ସମୁଦ୍ର । ଏଠି ପ୍ରତ୍ୟେକ ବ୍ୟକ୍ତି ଦୁଃଖୀ । ମିଳିଥିବା ପଦକୁ ନେଇ ଅସନ୍ତୁଷ୍ଟ । ସବୁବେଳେ ଉଚ୍ଚ ପଦ ପାଇଁ ଆଗ୍ରହୀ ହେଉଛନ୍ତି ।

ନାଗପୁରରେ '୫୦ ଗୋଲ୍ଡେନ ରୁଲ୍ସ ଅଫ୍ ଲାଇଫ୍' ଶୀର୍ଷକ ପୁସ୍ତକର ଉନ୍ମୋଚନ ଅବସରରେ ନୀତିନ ଗଡକରୀ କହିଛନ୍ତି, ଜୀବନ ଏକ ବୁଝାମଣା । ବାଧ୍ୟବାଧକତା, ସୀମିତତା ଓ ବିରୋଧାଭାସର ଖେଳ । ଜଣେ ବ୍ୟକ୍ତି ପାରିବାରିକ, ସାମାଜିକ, ରାଜନୈତିକ କିମ୍ବା କର୍ପୋରେଟ ଯେଉଁଥିରେ ଥାଉ ତାର ଜୀବନ ଆହ୍ବାନ ଓ ସମସ୍ୟା ରହିବାଟା ନିଶ୍ଚୟ । ଏହି ସମସ୍ୟାରୁ ମୁକୁଳିବା ପାଇଁ ବ୍ୟକ୍ତି ବଞ୍ଚିବାର କଳାକୁ ବୁଝିବା ଦରକାର । ରଜାନୀତି ହେଉଛି ଆତ୍ମାମାନଙ୍କର ଏକ ସମୁଦ୍ର । ଏଠି ପ୍ରତ୍ୟେକ ବ୍ୟକ୍ତି ଦୁଃଖୀ । ମିଳିଥିବା ପଦକୁ ନେଇ ଅସନ୍ତୁଷ୍ଟ । ସବୁବେଳେ ଉଚ୍ଚ ପଦ ପାଇଁ ଆଗ୍ରହୀ ହେଉଛନ୍ତି । ଯିଏ କର୍ପୋରେଟର ହୁଅନ୍ତି ସେ ବିଧାୟକ ନ ହେଲେ ଦୁଃଖୀ ହୋଇଥାନ୍ତି । ସେହିପରି ଜଣେ ବିଧାୟକଙ୍କୁ ମନ୍ତ୍ରୀପଦ ନମିଳିଲେ ସେ ଦୁଃଖ ପ୍ରକଶ କରନ୍ତି । ପୁଣି ଯିଏ ମନ୍ତ୍ରୀ ହୁଅନ୍ତି ସେ ଦୁଃଖୀ କାରଣ ତାଙ୍କୁ ଭଲ ବିଭାଗ ନମିଳିବା ।

ନୀତିନ ଗଡକରୀ ଆହୁରି କହିଛନ୍ତି, ଜୀବନର ସମସ୍ୟା ହେଉଛି ଏକ ବଡ ଚ୍ୟାଲେଞ୍ଜ । ଯାହାର ସାମ୍ନା କରି ଆଗକୁ ବଢିବା ହେଉଛି ବଞ୍ଚିବାର କଳା । ଜଣେ ବ୍ୟକ୍ତି ପରାଜିତ ହେଲେ କିଛି ଶେଷ ହେଇନଥାଏ । ରାଜନୀତି ଛାଡିଦେଲେ ସବୁକିଛି ଶେଷ ହୋଇଯାଏ । ସୁଖମୟ ଜୀବନ ବିତାଇବାକୁ ମାନବିକ ମୂଲ୍ୟବୋଧ ଓ ସଂସ୍କାର ଉପରେ ଗୁରୁତ୍ବ ଦେବା ଦରକାର । 

ସଂସଦରେ ବଦଳିଲା ନୀତିନଙ୍କ ସିଟ୍- ସଂସଦରେ ନୂଆ ସିଟିଂ ସିଷ୍ଟମ ଅନୁସାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସିଟ୍ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସଂଶୋଧିତ ସିଟିଙ୍ଗ ଲିଷ୍ଟ ଜାରି ହେବାପରେ ନୀତିନ ଗଡକରୀଙ୍କ ସିଟ୍ ୪ ନମ୍ବର ହୋଇଛି । ପୂର୍ବରୁ ସେ ୫୮ ନମ୍ବର ଆସନରେ ବସୁଥିଲେ । ପୂର୍ବରୁ ସଂସଦରେ ୪ ଓ ୫ ନମ୍ବର ସିଟ୍ ଖାଲି ରହୁଥିଲା ।

ପ୍ରକାଶ ଥାଉ କି, କିଛି ଦିନ ତଳେ ବିଜେପିକୁ ସମାଲୋଚନା କରିଥିଲେ ଗଡକରୀ । ବିଜେପିର ରାଜନୈତିକ ଫସଲ ଅଧିକ ଅଛି ଯାହା ଭଲ ଉତ୍ପାଦନ ସହ ରୋଗ ମଧ୍ୟ ଆଣିଥାଏ । ତେଣୁ ଏପରି ରୋଗ ପାଇଁ କୀଟନାଶକ ଛିଞ୍ଚିବା ଦରକାର ବୋଲି କହିଥିଲେ । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.