ଭୁବନେଶ୍ବର, ୨୨।୧୨: ଜାନୁଆରୀ ୧ରୁ ପଲ୍ୟୁସନ ସାର୍ଟିଫିକେଟର ଯାଞ୍ଚ କଡ଼ାକଡ଼ି ହେବ । ଜାନୁଆରୀ ୩୧ ଯାଏ ଏହି ଯାଞ୍ଚ ଚାଲିବ। ଯେଉଁ ଗାଡ଼ିର ବୈଧ ପିୟୁସି ନଥିବ,ସେମାନଙ୍କୁ ପେଟ୍ରୋଲ ଡିଜେଲ ମିଳିବନି। ଗାଡ଼ି ସମ୍ମୁଖରେ ପ୍ରଦୂଷଣ ସାର୍ଟିଫିକେଟ ଷ୍ଟିକର ଲଗାଇବା ବ୍ୟବସ୍ଥା କରାଯିବ। ଏ ନେଇ ସୋମବାର ପରିବହନ ବିଭାଗ,ତୈଳ କମ୍ପାନି ଓ ଡିଲର ସଂଘ ମଧ୍ୟରେ ବୈଠକ ପରେ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର ।
ପେଟ୍ରୋଲ ଡିଲର ଆସୋସିଏସନ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିଶନର ଅମିତାଭ ଠାକୁରଙ୍କ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ହୋଇଛି ଏବେ pucc ସର୍ଟିଫିକେଟ ପାଇଁ ସଚେତନତା କରାଯିବ । ଜାନୁଆରୀ ୧ ତାରିଖ ପରଠାରୁ ପେଟ୍ରୋଲ ପମ୍ପରେ ନିୟମକୁ କଡାକଡି ପାଳନ କରାଯିବ। ଯେବେ ଯାହାର ପ୍ରଥମଥର ପାଇଁ pucc ଚାଲାଣ କାଟୁଚି ତାକୁ ଛାଡ଼ କରାଯିବ । ଜାନୁଆରୀ -୧ ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ ସେବେଠୁ ଏହି ନିୟମକୁ କଡ଼ାକଡି ପାଳନ କରାଯିବ । ପେଟ୍ରୋଲ ପମ୍ପ କର୍ମଚାରୀମାନେ ମଧ୍ୟ ପେଟ୍ରୋଲ ପମ୍ପରେ ସଚେତନତା କରିବା ସହ ଲୋକଙ୍କୁ ସଚେତନ କରିବେ । ପେଟ୍ରୋଲ ପମ୍ପ ନିକଟରେ ମଧ୍ୟ pucc ସାର୍ଟିଫିକେଟ କରିବାକୁ ବ୍ୟବସ୍ଥା କରାଯିବ