ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମେ ୧୫ ତାରିଖରେ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ଏହି ୪ ରାଶିଙ୍କର ଆରମ୍ଭ ହେବ ଭଲ ସମୟ

Published By : Harapriya Sethi | May 11, 2025 7:22 AM

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଇଥାଏ । ଯେତେବେଳେ ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରିଥାନ୍ତି, ତାହାର ପ୍ରଭାବ ସମସ୍ତ ରାଶିଙ୍କ ଉପରେ ଦେଖିବାକୁ ମିଳିଥାଏ । ସୂର୍ଯ୍ୟ ବର୍ତ୍ତମାନ ମେଷ ରାଶିରେ ଅବସ୍ଥାନ କରିଛନ୍ତି । ଆସନ୍ତା ମେ ୧୫ ତାରିଖରେ ସୂର୍ଯ୍ୟ ଦେବତା ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ଗୋଚରକୁ ଅନେକ ଦୃଷ୍ଟିରୁ ବିଶେଷ ବୋଲି ବିବେଚନା କରାଯାଉଛି । ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ସହିତ କିଛି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ନ ହେବ । ଏହି ପରିବର୍ତ୍ତନ କ୍ୟାରିୟର୍‌ରେ ଅଭିବୃଦ୍ଧି, ଆର୍ଥିକ ଉନ୍ନତି ଏବଂ ସୌଭାଗ୍ୟ ଆଣିବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଲାଭଦାୟକ ପ୍ରମାଣିତ ହେବ । 

ମେଷ ରାଶି- ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଟଦେବଙ୍କ ଏହି ଗୋଚର ଲାଭଦାୟକ ସାବ୍ୟସ୍ତ ହେବ । ଏହା ଆପଣଙ୍କ ଆୟ ଏବଂ ସଞ୍ଚୟ ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ । ଏହି କାରଣରୁ ଆପଣଙ୍କର ଫସି ରହିଥିବା ଟଙ୍କା ଫେରି ପାଇବେ । ଆର୍ଥିକ ଲାଭର ସମ୍ଭାବନା ରହିଛି । 

ସିଂହ ରାଶି-  ସିଂହ ରାଶିର ଅଧିପତି ସୂର୍ଯ୍ୟ ଅଟନ୍ତି ଏବଂ ଯେତେବେଳେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଷ କରନ୍ତି ଏହା ଏହି ରାଶିର ଲୋକଙ୍କ କୁଣ୍ଡଳୀର ଦଶମ ଘରକୁ ପ୍ରଭାବିତ କରଥାଏ । ଏହି କାରଣରୁ କାମ କିମ୍ୱା ବ୍ୟବସାୟରେ ଉନ୍ନତି ହୋଇପାରେ । ଜୀବନରେ ଆରାମ ଏବଂ ସୁବିଧା ବୃଦ୍ଧି ପାଇବ । ଅର୍ଥନୈତିକ ପରିସ୍ଥିତିରେ ବଡ଼ ଉନ୍ନତି ହୋଇପାରେ । 

କୁମ୍ଭ ରାଶି- କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବଙ୍କ ଏହି ଗୋଚର ଶୁଭ ହୋଇପାରେ । ଆପଣଙ୍କୁ କ୍ୟାରିୟର୍‌ରେ ସଫଳତା ନିଶ୍ଚୟ ମିଳିବ । ଧନ, ସମ୍ପତ୍ତି ଏବଂ ନିବେଶରେ ଲାଭ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । 

କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବଙ୍କ ଏହି ଗୋଚର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ଅଟକି ରହିଥିବା କାମ ପୁରଣ ହେବ । କାରବାରରେ ଲାଭ ମିଳିବ । ସମ୍ପର୍କରେ ସୁଦୃଢତା ଆସିବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.