ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର: ୨୩ରେ ବାତ୍ୟା ଆଶଙ୍କା, ୨୪ରେ ଉପକୂଳ ଛୁଇଁବ ସମ୍ଭାବନା

Published By : Prameya | October 20, 2024 1:08 PM

ଭୁବନେଶ୍ୱର ୨୦/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା । ଅକ୍ଟୋବର ୨୪ ସକାଳ ସୁଦ୍ଧା  ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । IMD ପକ୍ଷରୁ ସୂଚନା ଜାରି ହୋଇଛି । ଏନେଇ ସର୍ତକ କରାଇଲେ ସ୍ବତନ୍ତ୍ର ରିଲିଫ କିମିଶନର।

ସୂଚନା ମୁତାବିକ, ସମ୍ଭାବ୍ୟ ବାତ୍ୟା ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେବଳ ଗୋଟାଇ ଶକ୍ତିଶାଳୀ ହେଇଛି ଘୂର୍ଣ୍ଣିବଳୟ। କ୍ରମଶଃ ଏହା ଘନୀଭୂତ  ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା  ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଉତ୍ତର ପଶ୍ଚିମ ଦିଗରେ  ମୁହାଁଇ ୨୩ ତାରିଖବେଳକୁ ନେବ  ଅବପାତ (ଡିପ୍ରେସନ୍‌) ରୂପ । ଏହି  ପୂର୍ବାନୁମାନ ଦେଖାଇଛି ଭାରତୀୟ  ପାଣିପାଗ ବିଭାଗ । ଏନେଇ ସର୍ତକ କରାଇଲେ ଏସ୍‌ଆର୍‌ସି। ଏଥି ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି।

ତେବେ ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୪ ଓ ୨୫ରେ ଅଧିକ ବର୍ଷା ହେବ । ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.