ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସ୍ମାର୍ଟ ଯୁଗରେ ସ୍ମାର୍ଟ ହେଉଛି, ୧୧୧ ପ୍ରକାର ସେବାରେ ଲୋକଙ୍କୁ ବାନ୍ଧି ରଖିଛି

Published By : Rasmita Pradhan | October 10, 2024 12:56 PM

ଭୁବନେଶ୍ୱର, ୧୦/୧୦ : ଡାକରେ ଆଉ ଚିଠି ଆସୁନି କି ମନିଅର୍ଡର ଜରିଆରେ ଟଙ୍କା ଆସୁନି । ଜରୁରି ଖବର ପାଇବା ପାଇଁ ଆଉ କେହି ଟେଲିଗ୍ରାମକୁ ଅପେକ୍ଷା କରୁନି । ସମୟ ସହିତ ତାଳ ଦେଇ ବଦଳିଛି ଡାକସେବା । ଡିଜିଟାଲ୍‌ ଦୁନିଆରେ ସବୁଠି ସ୍ମାର୍ଟ ଛାପ । ସେଥିରେ ଭାରତୀୟ ଡାକର କାର୍ଯ୍ୟ ମଧ୍ୟ ସ୍ମାର୍ଟ ହୋଇଛି । ହାତଲେଖା ଚିଠି ନାହିଁ, ଡାକବାଲା ଡାକ ନେଇ ଗାଁରୁ ଗାଁ ବୁଲୁନି ସତ, କିନ୍ତୁ ଡାକସେବା ବଞ୍ଚିଛି । ଡାକ ବ୍ୟାଙ୍କ୍‌ ସେବା ସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରୁଛି ଡାକ ଜରିଆରେ । ପୂର୍ବପରି ଲୋକଙ୍କ ବିଶ୍ୱାସ ଅତୁଟ ରହିଛି ଡାକସେବା ଉପରେ । 

୧୮୫୪ରେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଡାକ ସେବା ଏବେ ୧୭୦ ବର୍ଷରେ ପଦାର୍ପଣ କରିଛି । ଏବେବି ଲୋକଙ୍କ ସେହି ଭରସା ଓ ବିଶ୍ୱାସକୁ ବଜାୟ ରଖି କମନ୍‌ ସର୍ଭିସ୍‌ ସେଣ୍ଟର ଭାବେ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି ଡାକସେବା । ୧୧୧ ପ୍ରକାର ସେବାରେ ଗ୍ରାହକଙ୍କୁ ବାନ୍ଧି ରଖିଛି । ବନ୍ଧୁ ସମ୍ପର୍କୀୟ, ନିଜ ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଚିଠି ଖଣ୍ଡିଏକୁ ଅପେକ୍ଷା କରାଯାଉଥିଲା । ଡାକ ଜରିଆରେ ମନିଅର୍ଡର କରି ବାହାରେ ରହୁଥିବା ଲୋକମାନେ ଘରକୁ ଟଙ୍କା ପଠାଉଥିଲେ । ଏବେ ଡାକରେ ଗଙ୍ଗାଜଳ, ଜାତୀୟ ପତାକା, ମହାପ୍ରସାଦ ବିକ୍ରିଠୁ ନେଇ ପାସ୍‌ପୋର୍ଟ ପର୍ଯ୍ୟନ୍ତ ସବୁ ସେବା ଯୋଗାଉଛି ଡାକଘର । ସମୟ ସହିତ ତାଳ ଦେଇ ଲୋକଙ୍କ ଆବଶ୍ୟକତାକୁ ଚାହିଁ ଡାକଘର ସଞ୍ଚୟ ଯୋଜନା, ଜୀବନ ବୀମା, ପୋଷ୍ଟାଲ୍‌ ଅର୍ଡର୍‌, ସ୍ପିଡ୍‌ପୋଷ୍ଟ, ଏକ୍ସପ୍ରେସ୍‌ ପାର୍ସଲ୍‌, ଇ-ପେମେଣ୍ଟ, ଇ-ବ୍ୟାଙ୍କିଙ୍ଗ୍‌ ସେବା ଭଳି ବହୁ ନୂତନ ସେବା ଯୋଗାଇ ଲୋକଙ୍କ ବିଶ୍ୱସ୍ତ ହୋଇଛିଡାକ ବିଭାଗ । ସମ୍ପୂର୍ଣ୍ଣ ଆଧୁନିକୀକରଣ ଓ କମ୍ପ୍ୟୁଟରୀକରଣ ହୋଇଛି ଡାକସେବା । 

ବର୍ତ୍ତମାନ ଓଡ଼ିଶା ସର୍କଲ୍‌ରେ ୮୯୧୨ଟି ଡାକଘର କାର୍ଯ୍ୟ କରୁଛି । ସେଥିରୁ ୩୫ଟି ପ୍ରଧାନ ଡାକଘର, ୩୫ଟି ମୁଖ୍ୟ ଡାକଘର, ୧୧୫୦ଟି ଉପ ଡାକଘର ଓ ୭୬୯୨ଟି ଶାଖା ଡାକଘର ରହିଛି । ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଜରିଆରେ ଡାକ ସେବା ଯୋଗାଇବାକୁ ସବୁ ଶାଖା ଡାକ ଘରେ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ୍‌ ଦିଆଯାଇଛି । ଚିଠି ବାକ୍ସ କ୍ଲିଅରାନ୍ସ ଏବଂ ପାର୍ସଲ୍‌ ବୁକିଂ ସେବାକୁ ମଧ୍ୟ କମ୍ପ୍ୟୁଟରୀକରଣ କରାଯାଇଛି । ବିଭିନ୍ନ ଅନ୍‌ଲାଇନ୍‌ ସଂସ୍ଥା ସହ ଇଣ୍ଡିଆ ପୋଷ୍ଟ ଭଳି ଇ-କମର୍ସ ପ୍ଲାଟଫର୍ମ ସହ ସହଭାଗିତାରେ ଡାକ ବିଭାଗ ତୃଣମୂଳ ସ୍ତରରେ ଗ୍ରାହକଙ୍କ ସହ ଯୋଡ଼ି ହୋଇପାରିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାସ୍‌ପୋର୍ଟ ଅଫିସ୍‌କୁ ବାଦ ଦେଇ ଓଡ଼ିଶା ଡାକ ପରିମଣ୍ଡଳରେ ଥିବା ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୦ଟି ପୋଷ୍ଟ ଅଫିସ୍‌ ପାସ୍‌ପୋର୍ଟ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଏସବୁ କେନ୍ଦ୍ରରେ ଲୋକେ ପାସ୍‌ପୋର୍ଟ ସେବା ପାଇ ପାରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.