ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପଶ୍ଚିମବଙ୍ଗ ସୀମାରେ ଅଟକିଛି ଆଳୁ ଗାଡି ,ଓଡ଼ିଶାରେ ପଡିଲା ପ୍ରଭାବ: ଆଳୁ ଦର ୪୦ ଟଙ୍କା ଛୁଇଁଲା

Published By : Prameya | November 30, 2024 8:26 AM

ଭୁବନେଶ୍ୱର/କଟକ,୩୦/୧୧: ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି  ଆଳୁ ଗାଡ଼ି । ଗତ ଦୁଇଦିନ ହେବ ସେଠାରୁ  ଆଳୁ ଆସିପାରିନି । ଏହାର ପ୍ରଭାବ ଏବେ ବଜାରରେ ପଡ଼ିଛି । ଭୁବନେଶ୍ୱର ଓ କଟକରେ  ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି ।  ଶୁକ୍ରବାର ରାଜଧାନୀର ୧ ନମ୍ବର ହାଟ ଏବଂ  ଅନ୍ୟାନ୍ୟ ଛୋଟ ଦୋକାନରେ ଆଳୁ କିଲୋ  ୪୦ଟଙ୍କାରେ ବିକ୍ରି ହେଉଥିଲା । ଦିନକ ତଳେ  ଯେଉଁ ଆଳୁ ୩୫ଟଙ୍କାରେ ବିକ୍ରି ହେଉଥିଲା।  ଆଳୁ ଗାଡ଼ି ଆସି ପାରୁନି ଖବର ବ୍ୟାପିବା  କ୍ଷଣି ହଠାତ୍‌ ୫ଟଙ୍କା ବଢ଼ିଯାଇଛି । ସେହିପରି  କଟକରେ ଆଳୁ ହୋଲସେଲ୍‌ ମୂଲ୍ୟ କିଲୋ ପିଛା ୩୨ ଟଙ୍କା ରହିଥିବା ବେଳେ ଧଡ଼ା(୩କିଲୋ) ୯୬ ଟଙ୍କା ପଡୁଛି । କିନ୍ତୁ  ଖୁଚୁରା ବ୍ୟବସାୟୀ ଧଡ଼ା ପିଛା ୧୨୦ରୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । 

କଟକ ଜିଲ୍ଲା ଯୋଗାଣ ବିଭାଗ ତରଫରୁ  ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଶୁକ୍ରବାର ସକାଳେ ଛତ୍ରବଜାର  ଆସି ହୋଲ୍‌ସେଲ୍‌ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ । ଯୋଗାଣ ଅଧିକାରୀ ବିଭୁପ୍ରସାଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଏହି ସ୍କ୍ୱାଡ୍‌  କେତେ ଷ୍ଟକ୍‌ ରହିଛି, କେତେ ଷ୍ଟକ୍‌ ରହିପାରିବ,  କେତେ ଆମଦାନୀ ହେବାର ସମ୍ଭାବନା ରହିଛି,  ସ୍ଥିତି ମୁକାବିଲା ପାଇଁ ବିକଳ୍ପ ବ୍ୟବସ୍ଥା କ’ଣ  କରାଯାଇପାରିବ ସେ ପ୍ରସଙ୍ଗରେ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ । ଅଧିକ ମୂଲ୍ୟ  ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଖୁଚୁରା ବ୍ୟବସାୟୀଙ୍କୁ ଚେତାବନୀ ଦିଆଯାଇଛି ।  

ଶୁକ୍ରବାର ସୁଦ୍ଧା ଛତ୍ରବଜାରର କୌଣସି  ହୋଲସେଲ୍‌ ବ୍ୟବସାୟୀ ଉତ୍ତରପ୍ରଦେଶ  ଆଳୁ ପାଇଁ ବରାଦ ଦେଇନାହାନ୍ତି । ଯଦି  ପଶ୍ଚିମବଙ୍ଗରୁ ଆଳୁ ନଆସେ ତେବେ ଆସନ୍ତା  ସପ୍ତାହରୁ ବାଧ୍ୟ ହୋଇ ଉତ୍ତରପ୍ରଦେଶରୁ  ଆଳୁ ଆମଦାନୀ କରିବାକୁ ବରାଦ ଦିଆଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି । ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  କହିଛନ୍ତି, ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ  କରାଯାଉଛି । ତେଣୁ ଦର ବୃଦ୍ଧି ହେବନି ।  

ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ  ସୁଧାକର ପଣ୍ଡା କହିଛନ୍ତି, ଶୁକ୍ରବାର ଉତ୍ତର  ପ୍ରଦେଶରୁ ୫ ଟ୍ରକ୍‌ ଆଳୁ ଆସିଛି । ହେଲେ  ଏହା ସମୁଦ୍ରକୁ ଶଙ୍ଖେ ହୋଇଛି । ସବୁ  ବଜାରକୁ ଆଳୁ ଯୋଗାଣ ହୋଇପାରିନି । ଆଳୁ ସମସ୍ତଙ୍କୁ ମିଳିବା ଦରକାର । ତେବେ ଯାଇ  ଦର ନିୟନ୍ତ୍ରଣରେ ରହିବ । ସରକାର ଏନେଇ  ଦୃଷ୍ଟି ଦେଇ ଅଧିକ ଆଳୁ ଗାଡ଼ି ମଗାନ୍ତୁ । କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି  ଶକ୍ତିଶଙ୍କର ମିଶ୍ର କହିଛନ୍ତି, ସ୍ଥିତି ଠିକ୍‌ ଅଛି ।  

ପ୍ରକାଶ ଥାଉକି, ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳର ଚାହିଦା ମେଣ୍ଟାଇବାକୁ ଦୈନିକ ୩ ଶହ ଟନ୍‌ ଆଳୁ ଦରକାର । ସେହି  ଅନୁସାରେ, ଆଳୁ ଆସି କୁବେରପୁରୀରେ ମହଜୁଦ ରହେ । ହେଲେ ଗାଡ଼ି ବନ୍ଦ ଯୋଗୁ  ସମସ୍ୟା ଆରମ୍ଭ ହୋଇଯାଇଛି । ପାଇକାରୀ  ଦର ୩୨ରୁ ୩୩ଟଙ୍କା ଥିବା ବେଳେ ଖୁଚୁରା ଦର ବଢ଼ିଚାଲିଛି । ଅପରପକ୍ଷେ, ପଶ୍ଚିମବଙ୍ଗ  ସରକାର ଗାଡ଼ି ଅଟକାଇଥିବା ବେଳେ  ବେପାରୀମାନେ ପୁଣି ଗଳାବାଟରେ ଆଳୁ ଆଣିଛନ୍ତି । ବାଲେଶ୍ୱର-ପଶ୍ଚିମବଙ୍ଗ ସୀମାରୁ  ଗାଡ଼ି ବାହାରି ଭୋଗରାଇ ଓ ଜଳେଶ୍ୱରର  ବିଭିନ୍ନ ଗାଁ ଦେଇ ଓଡ଼ିଶାକୁ ଆସୁଥିବା ଖବର ମିଳିଛି । ଏହିସବୁ ରାସ୍ତା ଦେଇ କଟକ  ଛତ୍ରବଜାରକୁ ୩ ଗାଡ଼ି ଆଳୁ ଆସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.