ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ରାଜଧାନୀର ବିଭିନ୍ନ ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏ ବନ୍ଦ ରହିବ ବିଦ୍ୟୁତ୍‌ ଯୋଗାଣ

Published By : Prameya | April 21, 2025 8:15 AM

ଭୁବନେଶ୍ୱର, ୨୧/୦୪: ଆଜି  ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌  ଯୋଗାଣ ବନ୍ଦ ରହିବ । ଗରମ, ଗୁଳୁଗୁଳି ସାଙ୍ଗକୁ  ବିଦ୍ୟୁତ କାଟ ପରିସ୍ଥିତିକୁ ଅସମ୍ଭାଳ କରିଦେବ ।  ଏନେଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସୂଚନା  ଜାରି କରାଯାଇଛି । ଜରୁରିକାଳୀନ ଯାନ୍ତ୍ରିକ  ଉନ୍ନତୀକରଣ ଓ ଡିଷ୍ଟ୍ରିବ୍ୟୁସନ ଟ୍ରାନ୍‌ସଫର୍ମର କାର୍ଯ୍ୟକ୍ଷମ କରିବା ପାଇଁ ଏପ୍ରିଲ୍‌ ୨୧ ତାରିଖରେ  ଭୁବନେଶ୍ୱରର କିଛି ସ୍ଥାନରେ ବିଦ୍ୟୁତ୍‌  କାଟ କରାଯିବ । 

ଲକ୍ଷ୍ମୀ ସାଗର ଅଞ୍ଚଳରେ  ସକାଳ ୮ଟା ରୁ ଦିନ ୨ଟା ଯାଏ, ପାୱାର ହାଉସ ଓଇଆରସି ଅଞ୍ଚଳରେ ସକାଳ ୭ଟା  ୩୦ରୁ ସକାଳ ୧୧ଟା ୩୦, ଚନ୍ଦ୍ରଶେଖରପୁର  ହାଉସିଂବୋର୍ଡ କଲୋନି, ଭିଏସ୍‌ଏସ୍‌ ନଗର  ଲକ୍ଷ୍ମୀ ବିହାର ଓ ଗୋଡ଼ିସାହି ମଧୁବନ ଅଞ୍ଚଳରେ  ସକାଳ ୭ଟାରୁ ସକାଳ ୧୧ଟା, ସିଆରପିଏଫ୍‌  ଅଞ୍ଚଳରେ ସକାଳ ୮ଟା ୩୦ରୁ ଦିନ ୧୨ଟା  ୩୦, ପ୍ରଶାନ୍ତି ବିହାର ଶିଖରଚଣ୍ଡୀ ଅଞ୍ଚଳରେ  ସକାଳ ୭ରୁ ସକାଳ ୧୦ଟା ୩୦, ବରମୁଣ୍ଡା, ଖଣ୍ଡଗିରି ବାରି ଅଞ୍ଚଳରେ ଅପରାହ୍ନ ୩ରୁ ସନ୍ଧ୍ୟା ୬ଟା, ବ୍ରହ୍ମେଶ୍ୱର ଅଞ୍ଚଳରେ ସକାଳ ୭ରୁ  ସକାଳ ୧୦, ଡେଲ୍ଟା ଫାୟାର ଷ୍ଟେସନ୍‌ ଅଞ୍ଚଳ ଓ  ଚନ୍ଦ୍ରଶେଖରପୁର ପଲିମର କମ୍ପେ୍ଲକ୍ସ ଅଞ୍ଚଳରେ  ସକାଳ ୮ରୁ ସକାଳ ୧୧ ଏବଂ ୟୁନିଟ୍‌ -୨  ସୂଚନା ଭବନ ଅଞ୍ଚଳରେ ସକାଳ ୭ରୁ ସକାଳ  ୧୦ଟା ଯାଏ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.