ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି, ତେବେ ରାଜଯୋଗ, ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଗଣନାନୁସାରେ ୯ ଅଗଷ୍ଟରେ ମଙ୍ଗଳ- ଶନି ଏକାଠି ହୋଇ ପ୍ରତିଯୁତି ଦୃଷ୍ଟି ନାମକ ଖାସ୍ ଯୋଗ ସୃଷ୍ଟି ହେବ । ପ୍ରତିଯୁତି ଦୃଷ୍ଟି ଯୋଗ ସୃଷ୍ଟି ହେବା ଦ୍ୱାରା ୨ଟି ଗ୍ରହ ପରସ୍ପର ସହ ୧୮୦ ଡିଗ୍ରୀ କୋଣରେ ରହିଥାନ୍ତି । ଏହି ଶକ୍ତିଶାଳୀ ଯୋଗ ଦ୍ୱାରା ଜୀବନରେ ସଫଳତା, ସମୃଦ୍ଧି ଓ କର୍ମ ଅନୁଯାୟୀ ଫଳ ମିଳିଥାଏ । ଜାଣନ୍ତୁ କେଉଁ କେଉଁ ରାଶି ପାଇଁ ଏହି ଯୋଗ ବରଦାନରୁ କମ୍ ନୁହେଁ..
ବୃଷ- ଏହି ରାଶିଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ଉନ୍ନତି, ସମ୍ପତ୍ତି ମାମଲାରେ ସଫଳତା, ଚାକିରିରେ ପଦନ୍ନୋତି ସହ ବଡ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କର୍କଟ- ଅତ୍ୟନ୍ତ ଶୁଭଫଳ ମିଳିବ । ଧନ-ଐଶ୍ୱର୍ଯ୍ୟରେ ଜବରଦସ୍ତ ବୃଦ୍ଧି ହେବ । ଅଟକି ଥିବା କାମ ପୂରଣ ହେବ । ଆମଦାନୀରେ ବୃଦ୍ଧି ଓ ପରିବାରରେ ସୁଖ-ଶାନ୍ତି ରହିବ ।
ତୁଳା- ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ମନ ଖୁସି ରହିବ । ମାତା ପିତାଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମକର- ସମୟ ବେଶ ଶୁଭଙ୍କର । ଦରମା ବୃଦ୍ଧି ସହ ବ୍ୟବସାୟୀଙ୍କୁ ବଡ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ । ହଠାତ୍ ଧନ ଲାଭ ହେବ ।
ମୀନ- ଅତ୍ୟନ୍ତ ଶୁଭଫଳ ମିଳିବ । ଚାକିରିରେ ଉନ୍ନତି ହେବ । ହଠାତ୍ ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପୁରୁଣା ରୋଗରୁ ମୁକ୍ତି ମିଳିବ ।