ମୁମ୍ବାଇ,୨୩/୫ :  ପ୍ରଭାସଙ୍କ ଫିଲ୍ମକୁ ଫ୍ୟାନ୍ସଙ୍କ ବହୁ ଉତ୍ସାହର ସହ ଅପେକ୍ଷା ରହିଥାଏ । ମାତ୍ର ଅଭିନେତାଙ୍କ ଚଳିତ ବର୍ଷ ଆରମ୍ଭରେ ରିଲିଜ ହୋଇଥିବା ଫିଲ୍ମ ଦ ରାଜା ସାହେବ ବକ୍ସ ଅଫିସରେ କୌଣସି ସେଭଳି ଆଖି ଦୃଶିଆ କଲେକ୍ସନ କରିପାରିଲା ନାହିଁ । କିନ୍ତୁ ପ୍ୟାନ୍ ଇଣ୍ଡିଆ ସୁପରଷ୍ଟାରଙ୍କ ଅପକମିଂ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କେତେକ ଆଶା ରହିଛି । ଅଭିନେତା ଆଗାମୀ ବର୍ଷ ତଥା ୨୦୨୭ରେ ଦୁଇ ବଡ଼ ଫିଲ୍ମରୁ ବକ୍ସ ଅଫିସରେ ଧମାଲ୍ କରିବେ । ତଥା ଭାରତୀୟ ସିନେମାର ସବୁଠାରୁ ବଡ଼ ଅଭିନେତାଙ୍କ ମଧ୍ୟରେ ସାମିଲ୍ ପ୍ରଭାସ ପୁଣି ଥରେ ବଡ଼ ପରଦାରେ ନିଜ ଦବଦବା ଜାରି ରଖିବେ ଏବଂ ଦର୍ଶକଙ୍କୁ ଏକ ଅଭୁଲା ସ୍ମୃତି ଦେବାକୁ ପ୍ରସ୍ତୁତ ଅଛନ୍ତି । ଆସନ୍ତୁ ଜାଣିବା ତାଙ୍କର କେଉଁ ଦୁଇ ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ ।

ପ୍ରଭାସ ‘ଦ ରାଜା ସାହେବ’ ସହ ୨୦୨୬ର ଆରମ୍ଭ କରିଥିଲେ ଏବଂ ତାଙ୍କ ଆଗାମୀ ଫିଲ୍ମକୁ ନେଇ ସେ ବହୁ ଆଶାବାଦୀ ଅଛନ୍ତି।  ଫ୍ୟାନ୍ସଙ୍କୁ ପ୍ରଥମରୁ ଲାଗୁଛି କି ୨୦୨୭ତାଙ୍କ କ୍ୟାରିୟରର ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହୋଇପାରେ । କାରଣ ତାଙ୍କ ପାଖରେ କେତେକ ବଡ଼ ପ୍ରୋଜେକ୍ଟ୍ସ ରହିଛି । ପ୍ରକାଶ ଯେ, ଅଭିନେତା ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ‘ସ୍ପିରିଟ’ ଏବଂ ପିରିୟଡ଼ ଓ୍ବାର-ଆକ୍ସନ ଡ୍ରାମା ‘ଫୌଜୀ’ଭଳି ଫିଲ୍ମରେ ନଜର ଆସିବାରେ ଅଛନ୍ତି । ସେହିଭଳି ତାଙ୍କ ବ୍ୟସ୍ତ ସିଡ୍ୟୁଲକୁ ନେଇ ଚାଲୁଥିବା ଚର୍ଚ୍ଚାରେ ଏବେ ଏହା ବି ଯୋଡ଼ି ଯାଇଛି କି ପ୍ରଭାସ ଚୁପଚାପ ଏକ ବଡ଼ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରି ଦେଇଛନ୍ତି । ଯାହାର ପ୍ରସ୍ତୁତି ସେ ପ୍ରଥମରୁ କରୁଛନ୍ତି । ଯେଉଁଥିରେ ତାଙ୍କ ଅପକମିଂ ଫିଲ୍ମ ଯାତ୍ରାକୁ ନେଇ ଉତ୍ସାହ ଆହୁରି ବି ବଢି ଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଭାସ ଗତ ତିନି ମାସରୁ ‘ଫୌଜୀ’ ଏବଂ ‘ସ୍ପିରିଟ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଆଗାମୀ ୪ମାସ ପର୍ଯ୍ୟନ୍ତ ତାଙ୍କ ପାଖରେ ଡେଟ୍ସ ନାହିଁ । କାରଣ ସମସ୍ତ ଫିଲ୍ମ ଭିନ୍ନ ଭିନ୍ନ ଜୋନରର ଅଟେ । ଏଥିଲାଗି ଅଭିନେତା ନିଜର ପ୍ରତି ଚରିତ୍ର ଲାଗି ଜୋରଦାର ପ୍ରସ୍ତୁତି କରିଛନ୍ତି । ରିପୋର୍ଟରେ କୁହାଯାଇଛି କି, ତାଙ୍କର ପୂରା କ୍ୟାଲେଣ୍ଡର ସୁଟିଂରେ ବ୍ୟସ୍ତ ରହିଛି, ଏଥିଲାଗି ୨୦୨୬ ଲାଗି ପ୍ରାୟ କୌଣସି ତାରିଖ ଉପଲବ୍ଧ ନାହିଁ । ଯଦି ସବୁ କିଛି ଠିକ୍ ଯୋଜନାବଦ୍ଧ ଭାବେ ହୁଏ ତେବେ ୨୦୨୭ କେବଳ ପ୍ରଭାସଙ୍କ ଲାଗି । ତାଙ୍କ ଫ୍ୟାନ୍ସଙ୍କ ଲାଗି ବି ଏକ ବଡ଼ ବର୍ଷ ସାବ୍ୟସ୍ତ ହେବ ।

ଯଦି ବର୍ତ୍ତମାନର ଯୋଜନା ସଫଳ ହେବ ତେବେ ୨୦୨୭ପ୍ରଭାସଙ୍କ କ୍ୟାରିୟରର ଏକ ବଡ଼ ଐତିହାସିକ ବର୍ଷ ସାବ୍ୟସ୍ତ ହୋଇପାରେ । ୩ବଡ଼ ପ୍ରୋଜେକ୍ଟରେ କାମ ଚାଲୁ ରହିଛି । ଅଭିନେତାଙ୍କ ଫିଲ୍ମ ଲଗାତର ଭାବେ ରିଲିଜ ହେବାକୁ ରହିଛି । ଏଭଳି ସ୍ଥଳେ ଫ୍ୟାନ୍ସଙ୍କୁ ବିଶ୍ବାସ ରହିଛି କି ଅଭିନେତା ପୁଣି ଥରେ ଦମଦାର୍ ଚରିତ୍ର ଏବଂ ଶାନଦାର୍ ସିନେମାଟିକ୍ ଅନୁଭବ ସହ ବଡ଼ ପରଦାକୁ ଆସିବେ । ମାତ୍ର ଏବେ ପ୍ରଭାସଙ୍କ ଫୌଜୀ ଏବଂ ସ୍ପିରିଟର ରିଲିଜ ଡେଟ୍ ଘୋଷଣା ହେବା ବାକି ରହିଛି ।