ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ପୌରାଣିକ ଡ୍ରାମାରେ ନେଗେଟିଭ୍‌ ଭୂମିକା କରିବେ ପ୍ରଭାସ, ନିର୍ଦ୍ଦେଶନା ଦେବେ ପ୍ରଶାନ୍ତ ବର୍ମା

Published By : Prameya | March 12, 2025 8:12 AM

ମୁମ୍ବାଇ ୧୨/୦୩: ‘ବାହୁବଳୀ’ ଫେମ୍‌ ଅଭିନେତା ପ୍ରଭାସ ଏବେ ତାଙ୍କର ହରର୍‌-କମେଡି ‘ଦ ରାଜା ସାବ୍‌’କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ସଂପର୍କରେ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ସେ ଅନୁସାରେ, ତାଙ୍କୁ ଏକ ପୌରାଣିକ ଡ୍ରାମା ଫିଲ୍ମରେ ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ଅବଶ୍ୟ ଫିଲ୍ମ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ ।

ରିପୋର୍ଟ ମୁତାବକ, ‘ହନୁମାନ’ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ସେହି ପୌରାଣିକ ଡ୍ରାମାର ନିର୍ଦ୍ଦେଶନା ଦେବେ । ହୋମ୍ବଲେ ଫିଲ୍ମସ ବ୍ୟାନରରେ ତାହା ନିର୍ମିତ ହେବ ଯାହାକି ପୂର୍ବରୁ କେଜିଏଫ୍‌ ଫ୍ରାଞ୍ଚାଇଜି ଓ ‘ସାଲାର’ ଭଳି ଫିଲ୍ମ ପ୍ରଯୋଜନା କରିସାରିଛି । ତାର କାହାଣୀ ବକାସୁର ଉପରେ କେନ୍ଦ୍ରୀଭୂତ ହୋଇଥିବାରୁ ଟାଇଟଲ ‘ବାକା’ ରଖାଯାଇପାରେ । ଫିଲ୍ମ ଲାଗି ପ୍ରଭାସ ଲୁକ୍‌ ଟେଷ୍ଟ ବି ଦେଇସାରିଛନ୍ତି । ତେବେ ସୁଟିଂ କେବେ ଆରମ୍ଭ ହେବ ସେ ସଂପର୍କରେ ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ଖବର ସତ୍ୟ ହୋଇଥିଲେ ପ୍ରଭାସଙ୍କୁ ପ୍ରଥମ ଥର ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିବ । ଏହି ଦୁଇଟି ଫିଲ୍ମ ବ୍ୟତୀତ ପ୍ରଭାସଙ୍କ ନିକଟରେ ‘କନ୍ନପ୍ପା’, ‘ଫୌଜି’, ‘ସ୍ପିରିଟ୍‌’, ‘ସାଲାର୍‌-୨’,’ କଲ୍‌କି-୨’ ଭଳି ବଡ଼ ପ୍ରୋଜେକ୍ଟ ରହିଛି । ଏବେ ସେ ହନୁ ରାଘବପୁଡି଼ଙ୍କର ‘ଫୌଜି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.