ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ସ୍ପିରିଟ୍‌’ରେ ନିଜେ ଷ୍ଟଣ୍ଟ୍‌ କରିବେ ପ୍ରଭାସ, ଆକ୍ସନ୍‌ ସିନରେ ବ୍ୟବହାର କରିବେନି ବଡି ଡବଲ୍‌

Published By : Krishna Priya | April 21, 2025 1:53 PM

ମୁମ୍ବାଇ ୨୧/୦୪: ଫିଲ୍ମ ‘କବୀର ସିଂ’ ଏବଂ ‘ଆନିମଲ୍‌’ର ସଫଳତା ପରେ ସନ୍ଦୀପ ରେଡ୍ଡି  ବଙ୍ଗା ପ୍ରଶଂସା ଏବଂ ନିନ୍ଦା ଉଭୟର ସାକ୍ଷୀ ରହିଛନ୍ତି । ପୁଣି ନିର୍ଦ୍ଦେଶକ  ଭାବେ ଅଧିକ ଦାୟିତ୍ୱସଂପନ୍ନ ହୋଇଛନ୍ତି ବୋଲି ସେ ନିଜେ ସ୍ୱୀକାର   କରିଛନ୍ତି । ଏଥର ସେ ଦକ୍ଷିଣୀ ସୁପରଷ୍ଟାର୍‌ ପ୍ରଭାସ୍‌ଙ୍କ ସହିତ  କାମ କରୁଛନ୍ତି । ସନ୍ଦୀପଙ୍କ ନିର୍ଦ୍ଦେଶନାରେ ପ୍ରଭାସ ଅଭିନୟ କରୁଛନ୍ତି ଫିଲ୍ମ ‘ସ୍ପିରିଟ୍‌’ରେ । ଏହା ପୁଲିସ୍‌ ବ୍ୟବସ୍ଥା ଉପରେ  ଆଧାରିତ ଆକସନ୍‌ଧର୍ମୀ ସିନେମା ବୋଲି ଜାଣିବାକୁ ମିଳିଛି । 

ସଦ୍ୟତମ ସୂଚନା ଅନୁସାରେ ଏହି ଫିଲ୍ମର ପଟ୍ଟକଥା ଲେଖା  ଚାଲିଛି । ଆସନ୍ତା ଅକ୍ଟୋବର୍‌ ମାସରୁ ଏହାର ସୁଟିଂ ଆରମ୍ଭ  ହୋଇଯିବ । ଏହି ସିନେମା ବିଷୟରେ ସନ୍ଦୀପ ପ୍ରଥମରୁ  ପ୍ରଭାସଙ୍କୁ ଅବଗତ କରିସାରିଛନ୍ତି । ସିନେମାର  କାହାଣୀ କିଭଳି ଗତିଶୀଳ ହେବ ତାହା ମଧ୍ୟ ପ୍ରଭାସଙ୍କୁ ବୁଝାଇ ଦେଇଛନ୍ତି ସନ୍ଦୀପ ।  ତେବେ ଏହି ଫିଲ୍ମର ଯେଉଁ ପ୍ରସଙ୍ଗକୁ  ନେଇ ଚର୍ଚ୍ଚା, ତାହା ହେଲା ପ୍ରଭାସ ଏହି  ସିନେମାରେ ନିଜେ ଷ୍ଟଣ୍ଟ  କରିବେ । ଆକସନ୍‌ ଦୃଶ୍ୟରେ ସେ କୌଣସି ପ୍ରକାର ବଡି ଡବଲ୍‌ ବ୍ୟବହାର  କରିବେ ନାହିଁ । 

ସାଧାରଣତଃ ସିନେମାରେ ଆକସନ୍‌ ଦୃଶ୍ୟରେ  ଅଭିନୟ ସମୟରେ ମୂଳ ଅଭିନେତାଙ୍କ ସ୍ଥାନରେ ବଡି  ଡବଲ୍‌ ବ୍ୟବହାର କରିଥାଆନ୍ତି ସିନେମାର ନିର୍ଦ୍ଦେଶକ ।  ତେବେ ବଲିଉଡ୍‌ ସମେତ ଦକ୍ଷିଣ ଭାରତରେ ବେଶ୍‌  କିଛି ଅଭିନେତା ବଡି ଡବଲ୍‌ ସପକ୍ଷରେ ନଥାନ୍ତି ।  ସେମାନେ ସ୍ୱେଚ୍ଛାରେ ଷ୍ଟଣ୍ଟ କରିଥାଆନ୍ତି । ‘ସ୍ପିରିଟ୍‌’ ପାଇଁ  ଅନ୍ୟାନ୍ୟ ଅଭିନେତା ଚୟନ ପ୍ରକ୍ରିୟା ଚାଲୁ ରହିଛି । ଏହି  ସିନେମାର ସୁଟିଂ ଆରମ୍ଭ ହେବା ପୂର୍ବରୁ ପ୍ରଭାସ ତାଙ୍କର  ଅନ୍ୟ ପ୍ରୋଜେକ୍ଟ ‘ରାଜା ସାବ୍‌’ ଏବଂ ‘ଫୌଜି’ର ଏକ ବଡ଼  ଅଂଶର ସୁଟିଂ ସାରି ଦେଇଥିବେ । ସନ୍ଦୀପ ରେଡ୍ଡି ବଙ୍ଗାଙ୍କ ସୂଚନା ମୁତାବକ ଫିଲ୍ମ ‘ସ୍ପିରିଟ୍‌’ରେ ଆମେରିକା ଏବଂ  କୋରିଆରୁ ମଧ୍ୟ କିଛି କଳାକାର ସାମିଲ ହେବେ ।  ଦୁଇରୁ ତିନି ମାସ ମଧ୍ୟରେ ପୂରା କାଷ୍ଟିଂ ବିଷୟରେ  ଜଣାପଡିବ । ୨୦୨୭ ମସିହା ସୁଦ୍ଧା ଏହି ସିନେମାଟି  ଫ୍ଲୋର୍‌କୁ ଆସିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସନ୍ଦୀପ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.