- ପ୍ରାଚୀ ନଦୀ ପାଇଁ ୩ଶହ କୋଟି ଟଙ୍କା ବ୍ୟୟବରାଦ
- ଧନୁଆ ପାଇଁ ୭୫ କୋଟି ଟଙ୍କା ବ୍ୟୟବରାଦ
- ଦୟା ପାଇଁ ୧୭୦ କୋଟି ଟଙ୍କା ବ୍ୟୟବରାଦ
ଭୁବନେଶ୍ବର, ୯।୪ : ପ୍ରାଚୀ, ଧନୁଆ, ଦୟା ନଦୀର ପୁନରୁଦ୍ଧାର ହେବ। ଭୁବନେଶ୍ୱର ଆଖପାଖରେ ଥିବା କେନାଲ ଗୁଡ଼ିକର ଆରଆଇଡିଏଫ ସ୍କିମ ମାଧ୍ୟମରେ ମରାମତି ହୋଇପାରିବ, ଏହା ଉପରେ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଗତ ବଜେଟରେ ସଂଜୀବନି ନାମରେ ଏକ ଯୋଜନା ରଖିଛୁ। ସେଥିରେ ଯେଉଁ ନଦୀ ଗୁଡ଼ିକର ଜଳସ୍ରୋତ ପୁରା ବନ୍ଦ ହୋଇଯାଉଛି, ସେଗୁଡ଼ିକର ପୁନରୁଦ୍ଧାର ହେବ। ସେଥିପାଇଁ ପ୍ରାଚୀ ନଦୀ ପାଇଁ ୩ଶହ କୋଟି, ଧନୁଆ ପାଇଁ ୭୫ କୋଟି ଓ ଦୟା ପାଇଁ ୧୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିଭଳି କେନାଲଗୁଡ଼ିକର ମରାମତି ପାଇଁ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ଉନ୍ନତି ପାଇଁ ମୋଟ ଉପରେ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ଆମ ସରକାର ବଜେଟରେ ଆର୍ଥିକ ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ନଦୀଗୁଡ଼ିକରେ ପୁନର୍ବାର ଜଳସ୍ରୋତ ପ୍ରବାହ ଠିକ୍ ହୋଇପାରିବ।