ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ କୁମାର ଜେନା । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏ ପଦରୁ ଇସ୍ତଫା ଦେଇଥିଲା ବେଳେ ଏହା ମଞ୍ଜୁର ହୋଇଯାଇଛି ।
ସୂଚନାଯୋଗ୍ୟ, ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ ଜେନା ରାଜ୍ୟରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ପରିଚିତ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱରୁ ଆରମ୍ଭ କରି ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାର ନିଷ୍ଠାର ସହ ତୁଲାଇଥିଲେ । ୨୦୨୩ ମାର୍ଚ୍ଚ ପହିଲାରୁ ସେ ମୁଖ୍ୟ ଶାସନ ସଚିବ ଭାର ଜୁନ୍ ୩୦ , ୨୦୨୪ ଯାଏଁ ସମ୍ଭାଳିଥିଲେ । ଏ ସମୟରେ ସେ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ । ।ମୁଖ୍ୟ ଶାସନ ସଚିବ ପଦରୁ ଅବ୍ୟାହତି ନେବା ପରେ ସରକାର ତାଙ୍କୁ ଓଇଆରସି ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ । ୨୦୨୫ ଏପ୍ରିଲ ୮ରୁ ସେ ଓଇଆରସି ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ । ହଠାତ୍ ଶ୍ରୀ ଜେନା ଏ ପଦ ଛାଡ଼ିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହାସହ ପଢ଼ନ୍ତୁ : GT VS RCB: ଯଦି ହୁଏ ଏମିତି, ମ୍ୟାଚ ନଖେଳି ଫାଇନାଲରେ ପହଞ୍ଚିବ ବେଙ୍ଗାଲୁରୁ