ଭୁବନେଶ୍ବର,୧।୧୨ ; ଭଦ୍ରକରେ ବିଜେଡିରୁ ୪ ଜଣ ବ୍ଲକ ଚେୟାରମ୍ୟାନ ଇସ୍ତଫା ଦେବା ପରେ ନବୀନ ନିବାସରେ ସୋମବାର ବୈଠକ ବସିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ବିଜେଡି ସଂଗଠନ ଦାୟିତ୍ବ ଦିଆଯାଇଛି। ଦଳ ମଜଭୁତ ପାଇଁ ଏକ ହୋଇ କାର୍ଯ୍ୟ କରିବାକୁ ନବୀନ ଦେଲେ ଆହ୍ୱାନ । ବୈଠକରେ ବିଧାୟକ ସଞ୍ଜୀବ ମଲ୍ଲିକ , ବ୍ୟୋମକେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ଦଳ ପାଇଁ ଅଲୋଡ଼ା ।ଦଳ ଛାଡିଲେ ବି ବିଜେଡ଼ି ପାଇଁ କିଛି ଅସୁବିଧା ନାହିଁ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଦ୍ରକ ରେ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଫୁଲ ସାମଲ କହିଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଗୋଟିଏ ଦିନରେ ଭଦ୍ରକ ଜିଲ୍ଲାର ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ ବ୍ଲକ ଚେୟାରମ୍ୟାନ ଦଳରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ବାସୁଦେବପୁରର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିଲେ।