ପ୍ରମୂଖ ଖବର
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ; ଛାତ୍ରଙ୍କୁ ଟପିଲେ ଛାତ୍ରୀ

Published By : Ankita S | May 21, 2025 1:26 PM

ଭୁବନେଶ୍ୱର,୨୧/୦୫: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ସ୍ନାତକ ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶିତ ପାଇଛି । ଫଳାଫଳରେ ଛାତ୍ରଛାତ୍ରୀ ମାନଙ୍କର ମୋଟ ପାସ୍‌ହାର ୯୦ ପ୍ରତିଶତ ରହିଛି । ଛାତ୍ରମାନଙ୍କ ଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତି । ଛାତ୍ରୀମାନଙ୍କର ପାସ୍ ହାର ୯୪.୮ ପ୍ରତିଶତ ରହିଥିଲାବେଳେ ଛାତ୍ରମାନଙ୍କ ୮୩.୮% ପାସ୍‌ହାର ପ୍ରତିଶତ ରହିଛି ।

କଳା ବିଭାଗରେ ପାସ୍‌ହାର ୯୦.୭ ପ୍ରତିଶତ ରହିଥ‌ିବାବେଳେ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ୍‌ହାର ଯଥାକ୍ରମେ ୯୬.୨ ଓ ୮୨.୭ ପ୍ରତିଶତ ଅଟେ । ବାଣିଜ୍ୟ ବିଭାଗରୁ ଛାତ୍ରୀ ସୁଶ୍ରୀ ଅହମଦୁନ ନିଶା, କଳା ବିଭାଗରୁ ଶିକ୍ଷା ସମ୍ମାନର ଛାତ୍ରୀ ସୁଶ୍ରୀ ମେହେରୁନ ନିଶା ଓ ବିଜ୍ଞାନ ବିଭାଗରୁ ପଦାର୍ଥ ବିଜ୍ଞାନ ସମ୍ମାନର ଛାତ୍ର ଶ୍ରୀ ଶିବାଂଶ ରଥ ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି ।

ଶ୍ରୀ ରଥ ସର୍ବାଧ‌ିକ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି । ଫଳାଫଳ ପ୍ରକାଶନ ସଭାରେ ଜ୍ୟୋତିରିନ୍ଦ୍ର ନାଥ ମିଶ୍ର, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପ୍ରାକ୍ତନ କୁଳପତି, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ, ପ୍ରଦୋଷ ପଟ୍ଟନାୟକ, ସଦସ୍ୟ ପରିଚାଳନା ସମିତି ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅଧକ୍ଷା ଡକ୍ଟର ବିନ୍ଦୁଶ୍ରୀ ମିଶ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଛୋଟରାୟ, ପ୍ରମୂଖ ଉପସ୍ଥିତ ରହିଥଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.