ଲକ୍ଷ୍ନୌ,୧୩।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ଏବଂ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବଙ୍କ ବୁଧବାର ଲକ୍ଷ୍ନୌରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ପ୍ରତୀକ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବଙ୍କର ମଧ୍ୟ ସ୍ୱାମୀ ଥିଲେ ଏବଂ ଗତ କିଛି ଦିନ ମଧ୍ୟରେ ପାରିବାରିକ କଳହର ଖବର ବି ସାମନାକୁ ଆସିଥିଲା। ବୁଧବାର ସକାଳ ପ୍ରାୟ ୬ଟାରେ ପ୍ରତୀକଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର ସିଭିଲ୍ ହସ୍ପିଟାଲକୁ ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତୀକ ଯାଦବ କିଛି ଦିନ ଧରି ଅସୁସ୍ଥ ଥିଲେ। କିଛି ସପ୍ତାହ ପୂର୍ବରୁ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଅଖିଳେଶ ଯାଦବ ମଧ୍ୟ ତାଙ୍କୁ ଦେଖା କରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ପ୍ରତୀକ ଯାଦବଙ୍କ ମୃତ୍ୟୁ ପଛରେ କେଉଁ ରୋଗ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।

​​​​​​​

ପ୍ରତୀକ ଯାଦବଙ୍କ ପୋଷ୍ଟମର୍ଟମରେ କୌଣସି ଆଘାତର ଚିହ୍ନ ମିଳିନାହିଁ। ସୂତ୍ର ଅନୁଯାୟୀ, ପ୍ରତୀକ ଯାଦବଙ୍କ ଭିସେରା ସଂରକ୍ଷିତ କରାଯାଇଛି। ଭିସେରା ସହିତ ତାଙ୍କ ହାର୍ଟକୁ ମଧ୍ୟ ସଂରକ୍ଷିତ ରଖଯାଇଛି। ପ୍ରତୀକ ଯାଦବଙ୍କ ଓଜନ ବହୁତ ବଢ଼ିଯାଇଥିଲା। ହାର୍ଟକୁ ଏହି କାରଣରୁ ସଂରକ୍ଷିତ ରଖାଯାଇଛି ଯେପରି ଯଦି ହାର୍ଟ ଆଟାକର କାରଣ ଆସେ ତେବେ ଦ୍ବିତୀୟ ଥର ଯାଞ୍ଚର ଆବଶ୍ୟକତା ପଡିପାରେ। ଏହାର ସାହାଯ୍ୟ ନିଆଯାଇ ପାରେ। ଅପର୍ଣ୍ଣା ଯାଦବ ଏବଂ ପ୍ରତୀକ ଯାଦବଙ୍କ ପରିବାରର ଜଣେ ନିକଟତମ ବ୍ୟବସାୟୀ ମୁକେଶ ବାହାଦୁର ସିଂହ, ଯିଏ ସକାଳ ଠାରୁ ଅପର୍ଣ୍ଣାଙ୍କ ଭାଇ ଅମନ ବିଷ୍ଟଙ୍କ ସହିତ ପୋଷ୍ଟମର୍ଟମ ଘରେ ଅଛନ୍ତି, ସେ  କହିଛନ୍ତି ଯେ ପ୍ରତୀକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା ଏବଂ ସେ ରୋଷେଇ ଘରେ ଅଚେତ ହୋଇ ପଡ଼ିଗଲେ। ତା’ପରେ ତାଙ୍କୁ ତୁରନ୍ତ ସିଭିଲ୍ ହସ୍ପିଟାଲକୁ ପଠାଯାଇଥିଲା।

ସେପେଟେ ଲକ୍ଷ୍ନୌ ସିଭିଲ ହସ୍ପିଟାଲର ଡାଇରେକ୍ଟର ଜିପି ଗୁପ୍ତା କହିଛନ୍ତି, ପ୍ରତୀକଙ୍କ ଡ୍ରାଇଭର ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ରେ ହସ୍ପିଟାଲରେ ପହଁଞ୍ଚିଥିଲେ ଓ ତାଙ୍କୁ ତୁରନ୍ତ ମେଡିକାଲ ସହାୟତା ମାଗିଥିଲେ, ଏହା ସହ କହିଥିଲେ ତାଙ୍କ ଭାଇ ଅସୁସ୍ଥ ଅଛନ୍ତି। ଗୁପ୍ତା କହିଛନ୍ତି, ଏକ ଏମର୍ଜେନ୍ସି ମେଡିକାଲ ଅଫିସର ତୁରନ୍ତ ତାଙ୍କ ଘରକୁ ପଠାଯାଇଥିଲା, କିନ୍ତୁ ଯେତେବେଳେ ମେଡିକାଲ ଟିମ୍ ସେଠାରେ ପହଁଞ୍ଚିଥିଲେ, ପ୍ରତୀକ ଯାଦବଙ୍କ ଶରୀରରେ ଜୀବନ ନଥିଲା। ପରେ ମୃତଦେହ ହସ୍ପିଟାଲକୁ ଅଣାଯାଇଥିଲା, ଯେଉଁଠି ଡାକ୍ତର ମଧ୍ୟ ତାଙ୍କୁ ମୃତ ବୋଲି କହିଥିଲେ। ପରିବାର ଲୋକ ଆରମ୍ଭରୁ ହିଁ ମୃତଦେହ ନେଇଯିବାକୁ ଚାହୁଁଥିଲେ, ଏହାପରେ ହସ୍ପିଟାଲ ପ୍ରଶାସନ ତାଙ୍କୁ ପରାମର୍ଶ ଦେଇଥିଲେ ପୋଷ୍ଟମର୍ଟନ କରାଯିବା ପରେ ପଠାଯିବ। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ସାନ ଭାଇ ପ୍ରତୀକ ଯାଦବଙ୍କ ମୃତ୍ୟୁ ଖବର ପାଇବା ପରେ ଲକ୍ଷ୍ନୌର ସିଭିଲ୍ ହସ୍ପିଟାଲ ଏବଂ ପୋଷ୍ଟମର୍ଟମ୍ ହାଉସ ନିକଟରେ ପହଞ୍ଚିଥିଲେ।   

ଏହାପରେ ପରିବାର ଲୋକେ ପୋଷ୍ଟମର୍ଟମ ପାଇଁ ରାଜି ହୋଇଯାଇଥିଲେ।ପ୍ରତୀକ ଯାଦବ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଏକ ମାମଲା ଦାୟର କରିଥିଲେ, ଯାହା ପରେ ସେ ମାନସିକ ଭାବରେ ବିଚଳିତ ଥିଲେ। ଅଭିଯୋଗ ଅନୁଯାୟୀ, ଚିନହାଟର ବାସିନ୍ଦା କୃଷ୍ଣାନନ୍ଦ ପାଣ୍ଡେ ପ୍ରତୀକ ଯାଦବଙ୍କୁ ରିଅଲ୍ ଇଷ୍ଟେଟ୍ ନିବେଶ ନାମରେ କୋଟି କୋଟି ଟଙ୍କା ନିବେଶ କରିବାକୁ କହିଥିଲେ ଏବଂ ତାଙ୍କୁ କମ୍ପାନୀର ପ୍ରମୋଟର ନିଯୁକ୍ତ କରିଥିଲେ, କିନ୍ତୁ ସେ ଜମିର କ୍ରୟ, ବିକ୍ରୟ ଏବଂ ଏଗ୍ରିମେଣ୍ଟର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ। ଅଭିଯୋଗ ରହିଛି, କୃଷ୍ଣାନନ୍ଦ ପାଣ୍ଡେ ତାଙ୍କ ପତ୍ନୀ ବନ୍ଦନା ପାଣ୍ଡେ ଓ ବାପା ଅଶୋକ ପାଣ୍ଡେଙ୍କ ଉପରେ ୪ କୋଟି ଟଙ୍କା ଦେବାକୁ ଧମକ ଦିଆଯାଉଥିଲା। ଏହି ମାମଲାରେ ଗୌତମପଲ୍ଲୀ ଥାନାରେ ମାମଲା ରୁଜୁ କରାଯାଇଥିଲା ଓ ପୋଲିସ ଯାଞ୍ଚରେ ଲାଗି ରହିଛି।

ଆହୁରି ପଢନ୍ତୁ :Prateek Yadav Net Worth: ରାଜନୀତିରୁ ଦୂରରେ, ବ୍ୟବସାୟରେ ବାଦଶାହ; କୋଟି କୋଟିର ସାମ୍ରାଜ୍ୟ ଛିଡ଼ା କରିଥିଲେ ପ୍ରତୀକ