ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସୁଭଦ୍ରା ଭେରିଫିକେସନ ଆରମ୍ଭ, ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ

Published By : Rasmita Pradhan | November 28, 2024 11:57 AM

ଭୁବନେଶ୍ଵର, ୨୮/୧୧ : ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ଭେରିଫିକେସନ। ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ। ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି। ମାଲକାନଗିରିରେ ବୁଧବାର ଠାରୁ ଭେରିଫିକେସନ ଆରମ୍ଭ ହୋଇଛି। ୧୫ ଦିନ ଭିତରେ ସବୁ ଯାଞ୍ଚ ସରିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ଯେଉଁ ଜିଲ୍ଲାରେ କମ୍ ରେଜିଷ୍ଟ୍ରେସନ ହୋଇଛି କିନ୍ତୁ ବେଶୀ ରିଜେକ୍ସନ ହୋଇଛି ସେହି ସବୁ ସ୍ଥାନକୁ ଅଧିକ ଫୋକସ୍ କରାଯାଉଛି। ଏବେ ମାଲକାନଗିରିରେ ଦୁଇଟି ବ୍ଲକର ଦୁଇଟି ପଞ୍ଚାୟତରେ ରିଜେକ୍ସନ ରିପୋର୍ଟ ଆସିଥିଲା। ସେଠାରେ ବୁଧବାର ଠାରୁ ଟିମ୍ ପହଞ୍ଚିଛନ୍ତି। CDPOଙ୍କ ଦାୟିତ୍ଵରେ ଭେରିଫିକେସନ ଚାଲିଛି। ୧୫ ଦିନ ଭିତରେ ଯାଞ୍ଚ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ସମସ୍ତେ ଶୁଭଦ୍ରା ଟଙ୍କା ପାଇବେ।  

ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଗୁଡିକରେ ରିଜେକ୍ସନ ଅଧିକ ରହିଛି ଏଣୁ ସେଗୁଡିକ ଭେରିଫିକେସନ ହେଉଛି। ଯେଉଁମାନେ ପ୍ରଥମେ ଆବେଦନ କରିଥିଲେ, ସେମାନଙ୍କର ସର୍ଭର ଡାଉନ ପାଇଁ ଅଟକିଥିଲା। ହୁଏତ ଦ୍ୱିତୀୟ ଥର ଆବେଦନ କରି ନାହାଁନ୍ତି। ତେଣୁ ରିଜେକ୍ସନ ଅଧିକ ହୋଇଛି। ପ୍ରତି ଜିଲ୍ଲାରେ ୫ ହଜାର ଲେଖାଏଁ ହେଲେ ଟାର୍ଗେଟ ହୋଇଯିବ। ଏପର୍ଯ୍ୟନ୍ତ କୋଟିଏ ୬ ଲକ୍ଷ ଆବେଦନ ହୋଇଛି । ୨୨ ପ୍ରତିଶତ ଭେରିଫିକେସନ ହୋଇଛି, ବାକି ଜାରି ରହିଛି। ଯେଉଁମାନଙ୍କୁ ୨୧ ପୁରିଲା ସେମାନେ ବି ଆବେଦନ କଲେ ପାଇବେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.