ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶୁକ୍ରବାରଠୁ ପ୍ରାକ୍‌ ବଜେଟ୍‌ ବୈଠକ, ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

Published By : Prameya | December 6, 2024 11:49 AM

ନୂଆଦିଲ୍ଲୀ,୦୬/୧୨: ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ଶୁକ୍ରବାରଠାରୁ ବିଭିନ୍ନ  ଅଂଶୀଦାରମାନଙ୍କ ସହ ପ୍ରାକ୍‌-ବଜେଟ୍‌  ବୈଠକ ଆରମ୍ଭ କରିବେ । ବଜେଟ୍‌ ପ୍ରସ୍ତୁତି  କାର୍ଯ୍ୟବିଧିର ଅଂଶବିଶେଷ ଡିସେମ୍ବର ୬ରେ  ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ ।  ବୈଠକରେ ଅଧ୍ୟକ୍ଷତା କରି ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ଆଗାମୀ ବଜେଟ୍‌କୁ ନେଇ ପରାମର୍ଶ  ଗ୍ରହଣ କରିବେ । 

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ  ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୨ ବର୍ଷର  ସର୍ବନିମ୍ନ ସ୍ତର ୫.୪%କୁ ଖସି ଆସିଥିବାବେଳେ  ଏଥିରେ ସୁଧାର ଆଣିବା ପ୍ରୟାସ ରହିବ । ଡିସେମ୍ବର  ୭ରେ କୃଷି ବିଶେଷଜ୍ଞ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର  ଅଂଶୀଦାରମାନଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.