ନୂଆଦିଲ୍ଲୀ,୦୬/୧୨: ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ଶୁକ୍ରବାରଠାରୁ ବିଭିନ୍ନ  ଅଂଶୀଦାରମାନଙ୍କ ସହ ପ୍ରାକ୍‌-ବଜେଟ୍‌  ବୈଠକ ଆରମ୍ଭ କରିବେ । ବଜେଟ୍‌ ପ୍ରସ୍ତୁତି  କାର୍ଯ୍ୟବିଧିର ଅଂଶବିଶେଷ ଡିସେମ୍ବର ୬ରେ  ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ ।  ବୈଠକରେ ଅଧ୍ୟକ୍ଷତା କରି ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ଆଗାମୀ ବଜେଟ୍‌କୁ ନେଇ ପରାମର୍ଶ  ଗ୍ରହଣ କରିବେ । 

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ  ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୨ ବର୍ଷର  ସର୍ବନିମ୍ନ ସ୍ତର ୫.୪%କୁ ଖସି ଆସିଥିବାବେଳେ  ଏଥିରେ ସୁଧାର ଆଣିବା ପ୍ରୟାସ ରହିବ । ଡିସେମ୍ବର  ୭ରେ କୃଷି ବିଶେଷଜ୍ଞ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର  ଅଂଶୀଦାରମାନଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ ।