ନୂଆଦିଲ୍ଲୀ, ୩୧/୧ : ବାବା ପ୍ରେମାନନ୍ଦଙ୍କ ଶରଣକୁ ଅନେକ ଶ୍ରଦ୍ଧାଳୁ ଯାଉଛନ୍ତି । ନିଜ ଜୀବନରେ ଘଟୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାବାଙ୍କଠାରୁ ପରାମର୍ଶ ନେଇଥାନ୍ତି । ତେବେ ବାବାଙ୍କ ପାଖକୁ ଯାଇଥିବା ଜଣେ ଭକ୍ତ କହିଥିଲେ କି, ତାଙ୍କ ମାଆଙ୍କୁ ଭୂତ-ପ୍ରେତ ମାନେ ବହୁ ହଇରାଣ କରୁଛନ୍ତି । ବାବା ମୁଁ ଭୂତଙ୍କ ରାଜା ବନିବାକୁ ଚାହୁଁଛି । ଯାହାଦ୍ବାରା ମୁଁ ଏହି ଭୂତରେ ଉପରେ ଶାସନ କରିପାରିବି ।

ଭକ୍ତଙ୍କ ଏଭଳି କଥା ଶୁଣି ହସିଥିଲେ ବାବା ପ୍ରେମାନନ୍ଦ । ସେ କହିଥିଲେ କି, ଭୂତଙ୍କ ରାଜା ହେଉଛନ୍ତି ଭଗବାନ ଶିବ । ଏଣୁ ଅସୁର ନୁହେଁ ଦେବତାଙ୍କ ରାଜା ବନ । ତୁମର ସବୁ ସମସ୍ୟାର ସମାଧାନ ହୋଇଯିବ । ଭଗବାନଙ୍କ ନାମ ଜପ କଲେ ଭୂତ ପ୍ରେତ ଛାଡ଼ି ପଳାଇବେ । ମହାରାଜ କହିଥିଲେ ଶ୍ରୀରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କ ନାମ ଜପ କର । ତୁମ ପାଖ କେହି ଦୁଷ୍ଟ ଶକ୍ତି ପ୍ରବେଶ କରିପାରିବେ ନାହିଁ । ଏହାସହ ଯେବେ ଭୂତଙ୍କ ଡର ଆସିବ ରାଧେ ରାଧେ ରାମ ନାମ ମନ୍ତ୍ର ଜପ କର ।

ଏହାସହ ପ୍ରେମାନନ୍ଦ ବାବା କହିଥିଲେ କି, ସେ ଯେତେବେଳେ ଗଙ୍ଗା କୂଳରେ ବୁଲୁଥିଲେ ଏବଂ ଶ୍ମଶାନରେ ରହୁଥିଲେ ସେତେବେଳେ ଅନେକଥର ଅଦୃଶ୍ୟ ଶକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେବେ ସେମାନେ ତାଙ୍କର କିଛି ମଧ୍ୟ କ୍ଷତି କରିପାରିନାହାନ୍ତି । ଏଣୁ ସବୁବେଳେ ପ୍ରଭୁଙ୍କ ମନ୍ତ୍ର ଜପ କରିବା ଜରୁରୀ ।

ଏହାସହ ପଢ଼ନ୍ତୁ : ସୂର୍ଯ୍ୟଙ୍କୁ ମିଳିଲା ସୁଯୋଗ, ସଞ୍ଜୁଙ୍କୁ କାହିଁକି ନୁହେଁ : ସାମସନଙ୍କ ସପକ୍ଷରେ ବାହାରିଲେ ରାଇନା