ଚନ୍ଦାହାଣ୍ଡି, ୨।୧୧ ( ଆ ପ୍ର )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ବିଡିଓ ରାମକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ  ଚନ୍ଦାହାଣ୍ଡି ବ୍ଲକ ସଭାଗୃହ ଠାରେ  ଆସନ୍ତା ୨୦୨୪ ବ୍ଲକ ସ୍ତରୀୟ ମଣ୍ଡେଇ ଉତ୍ସବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଏଥିରେ ମୁଖ୍ୟ ଅତିଥି  ଭାବେ  ନବରଙ୍ଗପୁର ସାଂସଦ ପ୍ରତିନିଧି ବସନ୍ତ କୁମାର ମାଝି ଯୋଗ  ଦେଇ ଥିଲେ l ସମ୍ମାନୀତ ଅତିଥି ଭାବରେ  ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼,  ବ୍ଲକ କଳାକାର ସଂଘ ସଭାପତି ଭୀମ ଡଙ୍ଗରି ପ୍ରମୁଖ ଉପସ୍ଥିତ ଥିଲେ l 

 ବୈଠକରେ ମଣ୍ଡେଇ ଆରମ୍ଭରେ  କଳସ ଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।  ଚନ୍ଦାହାଣ୍ଡି ଅଞ୍ଚଳର   ବନାବାଡ଼ି, ଦୂଲଦୁଲି, ଘୁମୁରା, ସମ୍ପ୍ରଦା, ମାଦିଳି ପରି ପାରମ୍ପରିକ, ଲୋକ କଳା ଲୋକ ନୃତ୍ୟ ପରିବେଷଣ କରାଯିବ। ଏଥିସହ   କଳାର ବିକାଶ ପାଇଁ ପୁରାତନ ଗୀତ କୁଡ଼ିଆକୁ ଉପସ୍ଥାପନା କରାଯିବ  ବୋଲି ବୈଠକରେ ଆଲୋଚନା  ହୋଇଥିଲା।  ପୁରାତନ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ  ଗ୍ରାମଞ୍ଚଳର ଶିରା, ଦିଶାରୀମାନଙ୍କୁ ମଣ୍ଡେଇରେ ନିମନ୍ତ୍ରିତ କରାଯିବ l  ଏହା ବ୍ୟତୀତ ଚନ୍ଦାହାଣ୍ଡି ଅଞ୍ଚଳରେ ପ୍ରସ୍ତୁତ   କାଠ ଶିଳ୍ପ, ମାଟି ଶିଳ୍ପ, ବାଉଁଶ ଶିଳ୍ପ, ଏବଂ ବିଭିନ୍ନ ଲୋକଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ କଳାର ଷ୍ଟଲ ଲଗାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇ ଥିଲା l ଆସନ୍ତା ନଭେମ୍ଭର ୨୬ ତାରିଖ ରେ ମଣ୍ଡେଇ ଉତ୍ସବ ପାଳନ କରାଯିବ ବୋଲି ବୈଠକ ରେ ଦିନ ଧାର୍ଯ୍ୟ ହୋଇ ଥିଲା l  ବୈଠକ ରେ ସମସ୍ତ ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ,  ସମସ୍ତ ପି ଇ ଓ, ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ବ୍ଲକ କଳାକାର ସଙ୍ଘ ର ସଦସ୍ୟ, ସମାଜସେବୀ ମାନେ ଯୋଗଦାନ କରିଥିଲେ।