ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବ୍ଲକ ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ, ପରିବେଷଣ କରାଯିବ ଲୋକ ନୃତ୍ୟ

Published By : Suraj Kumar | November 2, 2024 8:28 PM

ଚନ୍ଦାହାଣ୍ଡି, ୨।୧୧ ( ଆ ପ୍ର )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ବିଡିଓ ରାମକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ  ଚନ୍ଦାହାଣ୍ଡି ବ୍ଲକ ସଭାଗୃହ ଠାରେ  ଆସନ୍ତା ୨୦୨୪ ବ୍ଲକ ସ୍ତରୀୟ ମଣ୍ଡେଇ ଉତ୍ସବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଏଥିରେ ମୁଖ୍ୟ ଅତିଥି  ଭାବେ  ନବରଙ୍ଗପୁର ସାଂସଦ ପ୍ରତିନିଧି ବସନ୍ତ କୁମାର ମାଝି ଯୋଗ  ଦେଇ ଥିଲେ l ସମ୍ମାନୀତ ଅତିଥି ଭାବରେ  ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼,  ବ୍ଲକ କଳାକାର ସଂଘ ସଭାପତି ଭୀମ ଡଙ୍ଗରି ପ୍ରମୁଖ ଉପସ୍ଥିତ ଥିଲେ l 

 ବୈଠକରେ ମଣ୍ଡେଇ ଆରମ୍ଭରେ  କଳସ ଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।  ଚନ୍ଦାହାଣ୍ଡି ଅଞ୍ଚଳର   ବନାବାଡ଼ି, ଦୂଲଦୁଲି, ଘୁମୁରା, ସମ୍ପ୍ରଦା, ମାଦିଳି ପରି ପାରମ୍ପରିକ, ଲୋକ କଳା ଲୋକ ନୃତ୍ୟ ପରିବେଷଣ କରାଯିବ। ଏଥିସହ   କଳାର ବିକାଶ ପାଇଁ ପୁରାତନ ଗୀତ କୁଡ଼ିଆକୁ ଉପସ୍ଥାପନା କରାଯିବ  ବୋଲି ବୈଠକରେ ଆଲୋଚନା  ହୋଇଥିଲା।  ପୁରାତନ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ  ଗ୍ରାମଞ୍ଚଳର ଶିରା, ଦିଶାରୀମାନଙ୍କୁ ମଣ୍ଡେଇରେ ନିମନ୍ତ୍ରିତ କରାଯିବ l  ଏହା ବ୍ୟତୀତ ଚନ୍ଦାହାଣ୍ଡି ଅଞ୍ଚଳରେ ପ୍ରସ୍ତୁତ   କାଠ ଶିଳ୍ପ, ମାଟି ଶିଳ୍ପ, ବାଉଁଶ ଶିଳ୍ପ, ଏବଂ ବିଭିନ୍ନ ଲୋକଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ କଳାର ଷ୍ଟଲ ଲଗାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇ ଥିଲା l ଆସନ୍ତା ନଭେମ୍ଭର ୨୬ ତାରିଖ ରେ ମଣ୍ଡେଇ ଉତ୍ସବ ପାଳନ କରାଯିବ ବୋଲି ବୈଠକ ରେ ଦିନ ଧାର୍ଯ୍ୟ ହୋଇ ଥିଲା l  ବୈଠକ ରେ ସମସ୍ତ ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ,  ସମସ୍ତ ପି ଇ ଓ, ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ବ୍ଲକ କଳାକାର ସଙ୍ଘ ର ସଦସ୍ୟ, ସମାଜସେବୀ ମାନେ ଯୋଗଦାନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.