ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଇଟାଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୋପ୍‌ ଫ୍ରାନ୍‌ସିସଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ

Published By : Prameya | April 26, 2025 9:34 AM

ନୂଆଦିଲ୍ଲୀ,୨୬/୦୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାରଠାରୁ ଦୁଇଦିନିଆ  ଇଟାଲୀ ଗସ୍ତରେ ଯାଇ ରୋମରେ ପହଞ୍ଚିଛନ୍ତି । ସେ ଭାରତ ପକ୍ଷରୁ କ୍ୟାଥୋଲିକ୍‌  ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବେ । ତାଙ୍କ ସହିତ  କେନ୍ଦ୍ର ସଂସଦୀୟ ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ, ରାଷ୍ଟ୍ରମନ୍ତ୍ରୀ  ଜର୍ଜ କୁରିଏନ୍‌ ଓ ଗୋଆ ବିଧାନସଭାର ଉପାଧ୍ୟକ୍ଷ ଜୋଶୁଆ ଡି.ସୁଜା ମଧ୍ୟ ଯାଇଛନ୍ତି। ଏପ୍ରିଲ ୨୧ ତାରିଖରେ ୮୮ ବର୍ଷ ବୟସରେ ଷ୍ଟ୍ରୋକ୍‌ ଯୋଗୁ ପୋପ୍‌ଙ୍କର  ନିଧନ ହୋଇଥିଲା । ତାଙ୍କର ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ସେଣ୍ଟ ପିଟର୍ସ  ବାସିଲିକାରେ ରଖାଯାଇଛି । ଆଜି ଅନ୍ତିମ ଦର୍ଶନର ଶେଷ ଦିନ ହୋଇଥିବାବେଳେ  ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶନିବାର ଅନ୍ତ୍ୟେଷ୍ଟି କରାଯିବ । ପୋପ୍‌ଙ୍କର ଅନ୍ତ୍ୟେଷ୍ଟିକ୍ରିୟାରେ ସାରା ବିଶ୍ୱର ନେତା ଯୋଗଦେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.