ଭୁବନେଶ୍ଵର, ୦୭/୦୨ : ରାଇରଙ୍ଗପୁରରେ ଉଦଘାଟନ ହେଲା ନୂଆ ହଲିଡେ ହୋମ୍। ଅବସର ପରେ ଏଠାରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ମିତ ଏହି ୧୬ଟି କୋଠରୀ ବିଶିଷ୍ଟ ବଙ୍ଗଳା ଏବେ ରାଇରଙ୍ଗପୁରରେ ଗର୍ବ ସାଜିଛି। ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ନିଜର ଭବିଷ୍ୟତର ରହଣି ସ୍ଥଳକୁ ବୁଲି ଦେଖିଛନ୍ତି।
ଭାରତରେ କେବଳ ପୂର୍ବତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଅବସର ପରେ Type-8 ବଙ୍ଗଳା ମିଳେ। ଅତି ବେଶୀରେ ୨ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ଅଲଗା ବଙ୍ଗଳା ମିଳେ। ତାଙ୍କ ପରେ ତାଙ୍କ ପରିବାରକୁ ମିଳେ ନାହିଁ। ଏପରିକି ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ କ୍ଵାଟର୍ସ ମିଳେ ନାହିଁ। ଉତ୍ତରପ୍ରଦେଶ ସରକାର ଦେଇଥିବାରୁ ୨୦୧୮ରେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ସମାନତାର ଅଧିକାର (ଧାରା-୧୪)କୁ ବ୍ୟାହତ କରୁଛି ବୋଲି କହିଥିଲେ।
ଏହି ଖବରଟିକୁ ପଢନ୍ତୁ- ୨୦୩୦ ସୁଦ୍ଧା ଶୂନ୍ୟ ଜଳାତଙ୍କ ମୃତ୍ୟୁ ଟାର୍ଗେଟ୍, ସିଏଚ୍ସି, ପିଏଚ୍ସିରେ ମହଜୁଦ ରହିବ ଆଣ୍ଟିରାବିଜ ଇଞ୍ଜେକ୍ସନ୍