ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ମହାମହିମ ରାଷ୍ଟ୍ରପତି, ବିଶ୍ବ ଦେଖିଲା ବିକାଶ ଓ ବୀରାସତ୍‌ର ଝଲକ

Published By : Ankita S | January 26, 2025 10:48 AM

ନୂଆଦିଲ୍ଲୀ,୨୬/୦୧: ୭୬ତମ ଗଣତନ୍ତ୍ର ଦିବସକୁ ନେଇ ସବୁଠି ଉଲ୍ଲାସ ଉତ୍ସାହ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡୁଛି ଜାତୀୟ ପତାକା ତ୍ରିରଙ୍ଗା । ବଖାଣୁଛି ବୀରତ୍ବ ଓ ଶୌର୍ଯ୍ୟର ଗାଧା। ପବନରେ ଭାସି ଆସୁଛି ବନ୍ଦେ ମାତରମ, ଜୟ ହିନ୍ଦ୍ ଧ୍ବନୀ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭବ୍ୟ ପରେଡରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ରଙ୍ଗାରଙ୍ଗ ପରେଡରେ ଦୁଲୁକୁଛି କର୍ତ୍ତବ୍ୟ ପଥ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋୱ ସୁବିଆଣ୍ଟୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି ।

ପବିତ୍ର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟ ପଥ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି । ଭବ୍ୟ ପରେଡ୍ ଆୟୋଜିତ ହୋଇଛି । ବିଶ୍ବ ଦେଖୁଛି ସର୍ବବୃହତ୍ତ ଗଣତାନ୍ତ୍ରିକ ଭାରତର ଶକ୍ତି ଓ ସାମର୍ଥ୍ୟ । ଜାତୀୟ ପତାକା ଉତ୍ତୋଳନ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ଅଭିବାଦନ ଗ୍ରହଣ କରିଛନ୍ତି । ମହାମହିମଙ୍କୁ ୨୧ ତୋପ ସଲାମି ଦିଆଯାଇଥିଲା । 'ସ୍ବର୍ଣ୍ଣିମ ଭାରତ, ବିକଶିତ ଓ ବିକାଶ' ଥିମରେ ୧୬ ରାଜ୍ୟର ୧୦ ମନ୍ତ୍ରଣାଳୟର ୩୧ଟି ପ୍ରଜ୍ଞାପନ ମେଢ କଳା ପ୍ରଦର୍ଶନ କରିଛନ୍ତି । ସେପଟେ ନୀଳ ଆକାଶର  ଛାତି ଚିରି ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନାର ଲଢୁଆ ବିମାନ । ଭାରତୀୟ ବାୟୁସେନା ରାଫେଲ 'ବିଜୟ' ଶକ୍ତି ଦେଖାଇଥିଲା । ୩ଟିି ସୁଖୋଇ ତ୍ରିଶୁଳ ଫରମେସନରେ ପରାକ୍ରମ ପଦର୍ଶନ କରିଥିଲେ । କର୍ତ୍ତବ୍ୟପଥରେ ସେନା ଟ୍ୟାଙ୍କ ଓ ମିସାଇଲ ପରାକ୍ରମ ଦେଖାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ସେନା ଗାଡି କ୍ବିକ୍ ଆକ୍ସନ ଫୋର୍ସ ଭେଇକିଲ 'ନନ୍ଦିଘୋଷ' ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମେଜର ରାଧିକା ସିଂଙ୍କ ନେତୃତ୍ବରେ ପରାକ୍ରମ ଦେଖାଇଥିଲା ତ୍ବରିତ ପ୍ରତିକ୍ରିୟା ବଳ ବାହକ ନନ୍ଦିଘୋଷ ।


ଦେଶପ୍ରେମରେ ଉଛୁଳିଛି କର୍ତ୍ତବ୍ୟ ପଥ । ଗୋଟିଏ ପରେ ଗୋଟିଏ ପାରମ୍ପରିକ କଳା ପ୍ରଦର୍ଶିତ ହୋଇଥିଲା । ବିଏସଏଫ କ୍ୟାମେଲ ମାଉଣ୍ଟେଡ ବ୍ୟାଣ୍ଡ କଣ୍ଟିଜିନେଣ୍ଟ, ଏନସିସି କଣ୍ଟିଜିନେଣ୍ଟ, ସାମାଜିକ ନ୍ୟାୟ ଏବଂ ସଶକ୍ତ ଓ ଆଦିବାସୀ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ବିକଶିତ ଭାରତ ଦିଗରେ ସୈଦେବ ଅଗ୍ରସର ଥିମରେ ଭାରତୀୟ ସଶସ୍ତ୍ର ବଳ, ସିଆରପିଏଫ ବ୍ରାସ ବାଣ୍ଡର ୫୧ ପୁରୁଷ ୪୯ ମହିଳା ମ୍ୟୁଜିକାଲ ଡ୍ରମ୍ ସହ 'ଦେଶ କା ହେ ହମ୍ ରକ୍ଷକ' ପରେଡ୍ ପ୍ରଦର୍ଶନ କରିଥିଲେ । କ୍ୟାପ୍ଟେନ ରିତିକା ଖାରେଟାଙ୍କ କମାଣ୍ଡରେ 'କୋରପ୍ସ ସିଗନାଲ୍ସ' ପରେଡ ପ୍ରଦର୍ଶନ କରିଥିଲେ । ବିହାର ରେଜିମେଣ୍ଟ ସେଣ୍ଟର ଏବଂ ଲଦାଖ ସ୍କାଉଟ୍ ରେଜିମେଣ୍ଟ ସେଣ୍ଟର,ମାହାର ରେଜିମେଣ୍ଟ , ଜମ୍ମୁ କାଶ୍ମୀର ରାଇଫଳ ରେଜିମେଣ୍ଟ କର୍ତ୍ତବ୍ୟ ପଥରେ ପରେଡ ପ୍ରଦର୍ଶନ କରିଥିଲେ । ବ୍ରହ୍ମୋସ ମିସାଇଲ ପ୍ରଦର୍ଶିତ ହୋଇଥିଲା । ସମାରୋହ ଶେଷକୁ ଶୀତୁଆ ସକାଳର ନୀଳ ଆକାଶରେ ତ୍ରିରଙ୍ଗା ରଙ୍ଗର ୧୦୦ ବେଲୁନ ଓ ସମ୍ବିଧାନ ଲୋଗ ଉଡିଥିଲା । ନୀଳ ଆକାଶକୁ ଛୁଇଁଥିଲା ।








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.