କେନ୍ଦୁଝର,୨୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ । ୧୨୪ତମ ସଂସ୍କରଣରେ ନିଜ ମନର କଥା ବଖାଣିଛନ୍ତି ମୋଦି । ସେ ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କଥା କହିଛନ୍ତି । କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ପ୍ରଶଂସା କରିଛନ୍ତି ।
ପିଏମ୍ ମୋଦି ‘ମନ କି ବାତ’ରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମୁର୍ଗାପାହାଡି ଗାଁର ମହିଳା ପ୍ରମିଳା ପ୍ରଧାନଙ୍କ କଥା ହୋଇଥିଲେ । ସାରା ବିଶ୍ବ ପ୍ରମିଳାଙ୍କୁ ତାଙ୍କର କାର୍ଯ୍ୟ ପାଇଁ ତାଙ୍କର ଜାଣିବାର ସୁଯୋଗ ପାଇଥିଲା । ପ୍ରମିଳା ଗାଁ ବନ ବିଭାଗରୁ ପ୍ରତ୍ସୋହନ ପାଇଈ ଏକ ସଂକୀର୍ତ୍ତନ ମଣ୍ଡଳୀ ଗଠନ କରି ଜଙ୍ଗଳରେ ନିଆଁ ନଲଗାଇବା ପାଇଁ ନାଚ ଏବଂ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ତାଙ୍କର ଏହି ପ୍ରୟାସ ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯାଇପାରିଛି ।