ନୂଆଦିଲ୍ଲୀ,୨୯/୧୦: ମଙ୍ଗଳବାର ଦେଶର ୪୦ଟି ସ୍ଥାନରେ  ଅନୁଷ୍ଠିତ ହେବ ନିଯୁକ୍ତିମେଳା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ଣ  ସାଢ଼େ ୧୦ଟାରେ ଆଭାସୀ ମାଧ୍ୟମରେ  ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର  ବଣ୍ଟନ କରିବେ ।  ଭୁବନେଶ୍ୱରରେ ହେବାକୁ ଥିବା  ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର  ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ  ଓରାମ ଅତିଥି ଭାବେ ଯୋଗ ଦେଇ  ନିଯୁକ୍ତିପତ୍ର ବଣ୍ଟନ କରିବେ । 

ଏହି  ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି  ରୋଜଗାର ମେଳାକୁ ସମ୍ବୋଧିତ  କରିବେ । ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା  ଦେଇ କେନ୍ଦ୍ର ସରକାର ଏଭଳି ଏକ  କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା, ସୌରାଷ୍ଟ୍ର  ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି  ମନ୍ତ୍ରଣାଳୟରେ ନବନିଯୁକ୍ତମାନେ  ସାମିଲ ହେବେ । ନବନିଯୁକ୍ତ  କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ  ତାଲିମ ଗ୍ରହଣର ସୁଯୋଗ ପାଇବେ ।