ଭୁବନେଶ୍ୱର,୦୨/୦୬: ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଆସନ୍ତା ୧୯ ଓ ୨୦ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ । ଏନେଇ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ଗାଁକୁ ବୁଲି ଆସିବାକୁ କଥା ଦେଇଥିଲେ ମୋଦି। ଆଉ ଏବେ ଆସିବାର ଯୋଜନା କରିଛନ୍ତି । ରାଇରଙ୍ଗପୁରରେ ବଡ଼ ସାଧାରଣ ସଭା କରିବେ। ଓଡ଼ିଶାରେ ପ୍ରଥମଥର Indian institute of forest management ଖୋଲିବ । ଏହାର କୁସୁମୀ ବ୍ଲକ ସୁଳିଦୁମାରେ ଶିଳାନ୍ୟାସ କରିବେ ମୋଦି ।
ଆହୁରି ପଢନ୍ତୁ- ଶିମିଳିପାଳରୁ ଆସିଲା ଖୁସି ଖବର: ମା' ହେଲା ବାଘୁଣୀ ଜିନ୍ନତ, ଖୁସି ବ୍ୟକ୍ତ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ସେ ଆହୁରି କହିଛନ୍ତି, ପୂର୍ବରୁ ଜବତ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ପାଇଁ ଡେରାଡୁନକୁ ପଠେଇବାକୁ ପଡୁଥିଲା। ଏବେ ଓଡ଼ିଶାରେ ଏହାର ପରୀକ୍ଷଣ ହେବ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରିବେ। ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ। ଏ ନେଇ ମୟୂରଭଞ୍ଜ ସାଂସଦଙ୍କୁ ଫୋନ ଆସିଥିଲା। ପ୍ରଧାନମନ୍ତ୍ରୀ ଆସିଲେ, ମୟୂରଭଞ୍ଜର ଐତିହ୍ୟ ବିକାଶ ହେବ। ଓଡ଼ିଶା ବିକାଶରେ ଏହି କାର୍ଯ୍ୟକ୍ରମ ରହିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।