ମୟୂରଭଞ୍ଜ ୦୨/୦୬: ଶିମିଳିପାଳରୁ ଆସିଲା ଖୁସି ଖବର। ମା' ହେଲା ବାଘୁଣୀ ଜିନ୍ନତ। ଗତ ୨୮ ତାରିଖରେ ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ ଦେଇଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଖୁସି ବ୍ୟକ୍ତ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଶିମିଳିପାଳରେ ବାଘୁଣୀ ଜିନ୍ନତ ମାଆ ହୋଇଛି। ସେ ଚାରୋଟି ବାଘ ଛୁଆ ଜନ୍ମ କରିଛି ଓ ସବୁ ସୁସ୍ଥ ଅଛନ୍ତି। ଏବେ ବାଘ ଛୁଆଙ୍କ ଆଖି ଫିଟିନି। ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେମାନେ ଶିମିଳିପାଳ ପରିବେଶ ଓ ଜୈବ ବିବିଧତାରେ ଖାପ ଖୁଆଇବେ। ଶିମିଳିପାଳରେ ବର୍ତ୍ତମାନ ୪୦ ଟି ବାଘ ଅଛି। ଏବେ ଚାରି ନୂଆ ବାଘ ଛୁଆ ଯୋଡ଼ି ହେଲେ। ସେମାନେ ଏବେ ଗପସ ଟ୍ରାକିଙ୍ଗରେ ଅଛନ୍ତି। ଏହା ବ୍ୟାଘ୍ର ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ।

ଅଧିକ ପଢ଼ନ୍ତୁ :-  Suspected CDV outbreak Alarms: ଗୁଜରାଟରେ ୧୨ ସିଂହ , ମଧ୍ୟପ୍ରଦେଶରେ ୧୦ ବାଘଙ୍କ ମୃତ୍ୟୁ

ସୂଚନା ଯୋଗ୍ୟ ଯେ, ବାଘୁଣୀ ଜିନ୍ନତ ବନ୍ଦୀମୁକ୍ତ ହେବା ପରେ ଶିମିଳିପାଳର ରାଜା ଟି-୧୨ ମହାବଳ କଳାବାଘ ସହ ଭେଟଘାଟ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ସାଙ୍ଗ ହୋଇ ଜଙ୍ଗଲ ସାରା ବୁଲୁଥିଲେ । ଏହା ଭିତରେ ଗର୍ଭବତୀ ଥିବା ଜିନ୍ନତ ମା ହୋଇଛି। ଜିନ୍ନତ ନୂଆ ଶାବକକୁ ଜନ୍ମ ଦେଇଥିବାରୁ ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ହୋଇଛି । ଛୁଆ ଗୁଡିକ ମା' ଭଳି ହୋଇଛନ୍ତି। ମା' ଜିନ୍ନତ ଗୋଟିଏ ଛୁଆକୁ ପାଟିରେ ଧରି ଯାଉଥିବାର ଫଟୋ ସାମ୍ନାକୁ ଆସିଛି।