ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Makhana: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଭାଷଣରେ ମଖାନାର ଉପକାରୀ ଗୁଣ ବିଷୟରେ କହିଲେ ପିଏମ୍

Published By : Bijay Swain | February 24, 2025 5:46 PM

Image courtesy: indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ଗସ୍ତରେ ଅଛନ୍ତି। ଭାଗଲପୁରଠାରେ ଆୟୋଜିତ ଏକ ରାଲିରେ ଯୋଗଦେଇ ପିଏମ ମୋଦି ମଖାନା ସମ୍ପର୍କରେ କିଛି ରୋଚକ ମନ୍ତବ୍ୟ ଦେଇଛନ୍ତି। ସେ ନିଜ ଭାଷଣରେ ପ୍ରତିଦିନ ମଖାନା ଖାଆନ୍ତି ଯାହା ତାଙ୍କୁ ସ୍ୱାସ୍ଥ୍ୟଗତ ଉପକାର ପ୍ରଦାନ କରିବା ସହ ଚିନ୍ତାରୁ ମୁକ୍ତ ରଖିଥାଏ ବୋଲି କହିଛନ୍ତି। ଏହା ସହ ମଖାନାକୁ ବୈଶ୍ୱିକ ସ୍ତରରେ ଉତ୍ପାଦନ କରାଯିବା କଥା ବୋଲି ମଧ୍ୟ ସେ କହିଛନ୍ତି। 

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାଗଲପୁରଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ପିଏମ ମୋଦି ଯୋଗ ଦେବା ସହ ମଖାନାର ସ୍ୱାସ୍ଥ୍ୟଗତ ଉପକାର ସମ୍ୱନ୍ଧରେ ନିଜ ଭାଷଣରେ କହିଥିଲେ। ତେବେ ସେ ଏହି ସଭାରେ ପହଞ୍ଚିବା ପରେ ତାଙ୍କୁ ସମ୍ୱର୍ଦ୍ଧନା କରିବା ପାଇଁ ମଖାନାରୁ ପ୍ରସ୍ତୁତ ଏକ ମାଳା ପିନ୍ଧାଯାଇଥିଲା।  

ରାଲିରେ ଯୋଗ ଦେଇ ପିଏମ୍ ମୋଦି ମାଖନାକୁ ନେଇ ଅନେକ କଥା କହିଥିଲେ। “ବର୍ତ୍ତମାନ ଭାରତର ସମସ୍ତ ସହର ଓ ରାଜ୍ୟରେ ମଖାନାକୁ ଜଳଖିଆ ଭାବେ ଗ୍ରହଣ କରାଯାଉଛି। ବର୍ଷକ ୩୬୫ ଦିନ ମଧ୍ୟରୁ ମୁଁ ୩୦୦ ଦିନ ମଖାନା ଖାଇଥାଏ। ଏହା ଏକ ସୁପର ଫୁଡ। ଯାହା ଶରୀରରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ” ବୋଲି ସେ କହିଛନ୍ତି। ପିଏମ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ “କେନ୍ଦ୍ର ବଜେଟରେ ମଧ୍ୟ ମାଖନାକୁ ପ୍ରାଧାନ୍ୟ ଦିଆଯାଇ ବିହାରରେ ଏକ ମାଖନା ବୋର୍ଡ ଗଠନ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତି ଯୋଗୁଁ ମାଖନା ବର୍ତ୍ତମାନ ସାରା ବିଶ୍ୱରେ ପହଞ୍ଚିବ।”

ସୂଚନା ମୁତାବକ ଗତ ଫେବୃଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାରରେ ଏକ ମାଖନା ବୋର୍ଡ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହା ମଖାନା ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ଯୋଗ ଓ ମଖାନାର ମାର୍କେଟିଂ କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଆସନ୍ତା ଅକ୍ଟୋବର ଓ ନଭେମ୍ୱର ମାସରେ ବିହାରରେ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟରମାନଙ୍କୁ ଖୁସି କରିବାକୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ବିରୋଧି ଦଳ ଦାବି କରୁଛି। 

ବିହାର ଭାରତର ସର୍ବବୃହତ୍ତମ ମଖାନା ଉତ୍ପାଦନ କରୁଥିବା ରାଜ୍ୟ ଭାବେ ପରିଗଣିତ। କାରଣ ଭାରତରେ ଉତ୍ପାଦିତ ହେଉଥିବା ମଖାନା ମଧ୍ୟରୁ ବିହାରର ଅବଦାନ ୮୦ ପ୍ରତିଶତ ରହିଛି। ତେବେ ମଖାନା ପାଇଁ ଏକ କେନ୍ଦ୍ରିୟ ସହାୟକ ବୋର୍ଡ ଆଜିଯାଏ ସ୍ଥିର ହୋଇପାରିନଥିବାରୁ ବିହାର ଏହାର ବୈଶ୍ୱିକ ଆବଶ୍ୟକତାକୁ ମେମ୍ଟାଇ ପାରୁନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.