ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପିଏମ୍‌ଏଲ୍‌ଏ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ପୂର୍ବରୁ ଅନୁମତି ଜରୁରୀ

Published By : Prameya | November 7, 2024 11:01 AM

ନୂଆଦିଲ୍ଲୀ,୦୭/୧୧: ସୁପ୍ରିମକୋର୍ଟ  ପିଏମଏଲଏ ସହ ଜଡିତ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି, ସରକାରୀ ଅଧିକାରୀ ଓ  ବିଚାରପତିଙ୍କ ବିରୋଧରେ ପିଏମଏଲଏ ମାମଲା ପୂର୍ବରୁ ସରକାରଙ୍କଠାରୁ ଅନୁମତି  ନେବାକୁ ପଡ଼ିବ । 

ସିଆରପିସିର ଧାରା୧୯୭(୧) ଅଧୀନରେ ସରକାରୀ କର୍ମଚାରୀ, ବିଚାରପତିଙ୍କ ବିରୋଧରେ ମାମଲା ଚଳାଇବା  ଲାଗି ସରକାରଙ୍କ ସହ ସମ୍ବନ୍ଧିତ ଅଥରିଟିଙ୍କ  ମଞ୍ଜୁରି ନେବାକୁ ପଡିଥାଏ । ସିଆରପିସିର ଏହି ପ୍ରାବଧାନ ପିଏମଏଲଏ ମାମଲାରେ ବି ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଘଟଣାଟି ଏହିପରି । ତେଲଙ୍ଗାନା ହାଇକୋର୍ଟ ଜଣେ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ  ସରକାରୀ ସ୍ୱୀକୃତି ବିନା ପିଏମଏଲଏ ମାମଲାକୁ  ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ସେହି ରାୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା ।  ସୁପ୍ରିମକୋର୍ଟର ଜଷ୍ଟିସ ଏଏସ୍‌ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଇଡିର  ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହି  ମାମଲାରେ ଇଡି ସଂପୃକ୍ତ ସରକାରୀ ଅଧିକାରୀଙ୍କ  ବିରୋଧରେ ଅଭିଯୋଗ କରିଥିଲା ଯେ, ସେ ଜମି ଆବଣ୍ଟନରେ ନିଜର ଅଧିକାରିକ ପଦର  ଦୁରୁପଯୋଗ କରି ସମ୍ପତ୍ତିର ଅବମୂଲ୍ୟାୟନ  କରିଥିଲେ । ଏଥିସହ ନିଜର ଅଧିକାର  କ୍ଷେତ୍ର ବାହାରକୁ ଯାଇ କିଛି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ଫଳରେ ଆନ୍ଧ୍ରର ପୂର୍ବତନ  ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ରେଡ୍ଡୀଙ୍କ ସହ  ଜଡ଼ିତ କଂପାନିକୁ ଲାଭ ପହଞ୍ଚିଥିଲା । ଏଥିଲାଗି ସେ ଷଡ଼ଯନ୍ତ୍ର ରଚନା କରିଥିଲେ ଯାହାଦ୍ୱାରା  ସରକାରଙ୍କୁ ଆର୍ଥିକ କ୍ଷତି ପହଞ୍ଚିଥିଲା । ତେବେ ସଂପୃକ୍ତ ଅଧିକାରୀ ଏହାକୁ ଖଣ୍ଡନ କରିଥିଲେ। ମାମଲା ରୁଜୁ ପୂର୍ବରୁ ସରକାରୀ ଅନୁମତି ଜରୁରି  ଥିଲା ବୋଲି ସେ ଦର୍ଶାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.