ବୌଦ୍ଧ,୧୭/୮ : ବୌଦ୍ଧ ଜିଲ୍ଲା କାରାଗାରରେ ସଜା କାଟୁଥିବା ଜଣେ କଏଦୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ କଏଦୀ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରତନପୁର ଗ୍ରାମର ଆଲୋକ ପ୍ରଧାନ ।
ସୂଚନା ଅନୁସାରେ, ଗତ୧୩.୭.୨୦୧୭ତାରିଖରେ ରତନପୁର ଗ୍ରାମରେ ଉଭୟ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ମାମଲାରେ ଗତ ୯.୫.୨୫ ରିଖରେ ଅଦାଲତ ଆଲୋକ ପ୍ରଧାନକୁ ୧୦ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ଗତ ୧୩ତାରିଖରେ ଆଲୋକ ପ୍ରଧାନର ଦେହ ଖରାପ ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଜେଲ ପକ୍ଷରୁ ଚିକିତ୍ସା ପାଇଁ ନିଆଯାଇଥିଲା । ଗତ ଶନିବାର ରାତିରେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଲୋକର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପରେ ଜେଲ୍ କର୍ତ୍ତୃପକ୍ଷ ପରିବାର ବର୍ଗକୁ ଖବର ଦେଇଥିଲେ ।
ଏ ନେଇ ବୌଦ୍ଧ ଜେଲ ଅଧିକ୍ଷକ ଜଗତ ବିହାରୀ ରାଉତରାୟଙ୍କ ପଚାରିବାରୁ ଗତ ୧୩ତାରିଖରେ ଦେହ ଅସୁସ୍ଥ ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ସେଠାରୁ ବୁର୍ଲା ପଠାଯାଇଥିଲା, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ଓ ଶବକୁ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କହିଥିଲେ ।