ପୁରୀ : ପୁଣି ଆସିଲା ଜେଲରେ କଏଦୀଙ୍କ ମୃତ୍ୟୁ ଘଟଣା । ପୁରୀ ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଚି । ପୁରୀ ବାଙ୍ଗର ଜେଲ ଭିତରେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ । ସେ ଗତ ୨୦୨୩ରୁ ଜେଲରେ ରହିଛନ୍ତି । ଏକ ଦୁଷ୍କର୍ମ ଅଭିଯୋଗ ରେ ଜେଲ ଯାଇଥିଲେ ଦିପ୍ତୀରଂଜନ ।
ରବିବାର ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି ଜେଲ କର୍ତ୍ତୃପକ୍ଷ । ମୃତଦେହକୁ ଉଦ୍ଧାର କରି ପୁରୀ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପରିବାର ଲୋକେ ଖବର ପାଇ ମେଡିକାଲରେ ପହଞ୍ଚିଛନ୍ତି । ତେବେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ହତ୍ୟା କରାଯାଇତିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କୁ ପୁଲିସ ବୁଝାଉଥିବାବେଳେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏହାସହ ପଢ଼ନ୍ତୁ : ପାକିସ୍ତାନରେ ସ୍ମାର୍ଟ ଲକଡାଉନ୍: ବନ୍ଦ ରହିବ ଦୋକାନ, ହୋଇପାରିବନି ବାହାଘର