ଭୁବନେଶ୍ଵର, ୧୭/୧୨ : ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକର କ୍ୱାଲିଟି ଚେକିଂ ପାଇଁ ଆସିଲା ମୋବାଇଲ ଲବ୍ରୋଟରୀ ଇନପେକ୍ସନ ୟୁନିଟ୍। ମୋବାଇଲ ୟୁନିଟ୍ ଭେଇକିଲକୁ ପତାକା ଦେଖାଇ ଶୁଭରମ୍ଭ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵିରାଜ ହରିଚନ୍ଦନ। ଏଣିକି ରୋଡ୍, ବିଲ୍ଡିଂ, କିମ୍ଭା କଂକ୍ରିଟ ରାସ୍ତାର କ୍ୱାଲିଟି ଚେକ୍ ପାଇଁ ଆଉ ଅପଚୟ ହେବନାହିଁ ଅଧିକ ସମୟ। ଏହି ମୋବାଇଲ ୟୁନିଟ୍ରେ ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା।

ଏହି ମୋବାଇଲ ଭେଇକିଲରେ ରହିଛି ଅଟୋମେଟିକ୍ ଏବଂ ଡିଜିଟାଲ କଂକ୍ରିଟ୍ ଟେଷ୍ଟ୍ ହାମର, ନନ ନ୍ୟୁକ୍ଲିୟର ସଏଲ ଡେନସିଟି ଗଜ, ଡିଜିଟାଲ ରୋଡ୍ ମାର୍କିଂ ଥିକନେସ୍ ଗଜ ଭଳି ୧୬ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। ଏଥିପାଇଁ ମୋବାଇଲ ୟୁନିଟ୍ ପିଛା ୫ ବର୍ଷରେ ୪ କୋଟି ୨୬ ଲକ୍ଷ ଖର୍ଚ୍ଚ କରିବେ ସରକାର। ତେବେ ପାଇଲଟ୍ ପ୍ରୋଜେକ୍ଟ ଭାବେ ମଙ୍ଗଳବାର ଗୋଟିଏ ମୋବାଇଲ ଭ୍ୟାନର ଶୁଭରମ୍ଭ ହୋଇଛି। ଆଗକୁ ଏହି ୟୁନିଟର ସଂଖ୍ୟା ବଢ଼ାଯିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ।