ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଗୁଜରାଟରେ ବଡ଼ ଦୁର୍ଘଟଣା, ମାଟି ଅତଡ଼ା ଖସି ୭ ଶ୍ରମିକଙ୍କ ମୃତ୍ୟୁ : ଆହୁରି ୪-୫ ଲୋକ ଫସି ରହିଛନ୍ତି

Published By : Prameya | October 12, 2024 4:05 PM

ମେହସାଣା – ଗୁଜରାଟର ମେହସାଣା ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି। କାଦି ତାଲୁକାର ଜାସଲପୁର ଗାଁ ପାଖରେ ଏକ ନିର୍ମାଣ ସ୍ଥଳୀରେ ୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା କାରଣ ମାଟି ଧସିବା କୁହାଯାଉଛି। ଯେଉଁଥି ପାଇଁ ୭ଜଣ ଶ୍ରମିକଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ୪-୫ ଜଣ ଶ୍ରମିକ ଏବେ ବି ଫସି ଥିବାର ଆଶଙ୍କା କରାଯାଉଛି। 

ସୂଚନା ମୁତାବିକ, ଏଠାରେ ଏକ ଫ୍ୟାକ୍ଟ୍ରି ପାଇଁ ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କି ଲଗାଇବାର କାମ ଚାଲୁଥିଲା। ଏହି ସମୟରେ ହଠାତ୍‌ ମାଟି ଧସି ଥିଲା ଏବଂ ଘଟଣା ସ୍ଥଳରେ କାମ କରୁଥିବା ଶ୍ରମିକ ଫସି ଯାଇ ଥିଲେ। ଘଟଣାର ସୂଚନା ପାଇବା କ୍ଷଣି ତୁରନ୍ତ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରି ଦେଇ ଥିଲେ। ଘଟଣା ସ୍ଥଳରେ ଆମ୍ୱୁଲାନ୍ସ ଓ ପୁଲିସ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ। 

କାଦି ପୁଲିସ ଷ୍ଟେସନର ଇନ୍ସପେକ୍ଟର ପ୍ରହ୍ଲାଦ ସିଂହ ବାଘେଲଙ୍କ କହିବାନୁସାରେ , ଜସଲପୁର ଗାଁରେ ଏକ ଫ୍ୟାକ୍ଟ୍ରି ପାଇଁ ଅନେକ ଶ୍ରମିକ ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କି ପାଇଁ ଗାତ ଖୋଳୁ ଥିଲେ , ସେତେବେଳେ ଢିଲା ରହିଥିବା ମାଟି ଧସି ଯାଇଥିଲା ଏବଂ ସେମାନେ ଜିଅନ୍ତା ପୋତି ହୋଇ ଯାଇଥିଲେ। ସେ କହିଛନ୍ତି , ୫ ଶବକୁ ଉଦ୍ଧାର କରାଯାଇଛି ଏବଂ ୩-୪ ଅନ୍ୟ ଶ୍ରମିକଙ୍କ ଚାପି ହୋଇ ଥିବାର ଆଶଙ୍କା ରହିଛି। ଉଦ୍ଧାର ଅଭିଯାନ ଜାରି ରହିଛି।  

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.