ନୂଆଦିଲ୍ଲୀ,୨୩।୩: ନିଜର ପୁରୁଣା ପ୍ରକୃତିକୁ ଛାଡି ପାରୁନି ପାକିସ୍ତାନ। ତାଙ୍କର ନେତା ଏବଂ ଅଧିକାରୀଙ୍କ ମଧ୍ୟ ମୁହଁଫୁଟାଣି ଛାଡୁନି । ନିକଟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବାସିତ୍ ଏକ ଟିଭି ଡିବେଟ୍‌ରେ ଭାରତ ଉପରେ ଆକ୍ରମଣର ଧମକ ଦେଇଛନ୍ତି। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇ ଉପରେ ଆକ୍ରମଣ କରିବେ। ତାଙ୍କର ଏହି ଧମକକୁ ନେଇ ଚାରିଆଡୁ ନିନ୍ଦା କରାଯାଇଛି। ତାଙ୍କର ଏହି ବୟାନକୁ ନେଇ ଶିବସେନା(ଉଦ୍ଧବ ବାଲା ସାହେବ ଠାକରେ)ର ନେତା ଓ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ପ୍ରତିକ୍ରିୟା ଦେଇଛନ୍ତି।

ଏହାର ବୟାନ ଉପରେ ଶିବସେନାର ନେତା ଓ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ପ୍ରତିକ୍ରିୟା ଦେଇଛନ୍ତି। ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ପାକିସ୍ତାନର ପୂର୍ବତନ ଶିବସେନା (ଉଦ୍ଧବ ଠାକରେ) ନେତା ଏବଂ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତାଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି ଅବଦୁଲ ବାସିତ୍ ଭାରତ ବିଷୟରେ ଯାହା କହୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ସେ କ’ଣ ଭାବୁଛନ୍ତି ଏହା ପରେ କ’ଣ ଭାରତ ଚୁପ୍ ବସିବ ? ସର୍ବପ୍ରଥମେ, ଅବଦୁଲ ବାସିତ, ତାଙ୍କୁ କେହି ଜଣାନ୍ତୁ ଯେ ଭାରତ ଉପରେ ଏତେ ଫୋକସ୍ ପକାଇ ସବୁ ପାକିସ୍ତାନୀ ହରାଇ ବସିଛନ୍ତି। ବିଶେଷକରି ପାକିସ୍ତାନରେ କ୍ଷମତାରେ ଥିବା ବ୍ୟକ୍ତିମାନେ,ଏଭଳି ବୟାନବାଜି କରୁଛନ୍ତି।

ସେ କହିଥିଲେ ଯେ ଭାରତ ନିଜେ ସକ୍ଷମ। ଯଦି ଆମେ ସାମାନ୍ୟତମ ସଙ୍କେତ ଅନୁଭବ କରୁ, ତେବେ ପାକିସ୍ତାନ ଏବଂ ଆମେରିକା ପୂର୍ବରୁ ଭାରତ ଜବାବ ଦେବ। ଅବଦୁଲ ବାସିତ୍ ଏକ ଟିଭି ଡିବେଟ୍‌ କହିଥିଲେ, ‘ଧରନ୍ତୁ ଇରାନର ସ୍ଥିତି ଆହୁରି ଖରାପ ହେଉଛି। ଇସ୍ରାଏଲ ଆମ ପଡ଼ୋଶୀ ଦେଶରେ ପ୍ରବେଶ କରୁଛି। ଏପରି ପରିସ୍ଥିତି ସୃଷ୍ଟି ହେଉଛି ଯେଉଁଠାରେ ଆମେରିକା ମଧ୍ୟ ଆମର ପରମାଣୁ କାର୍ଯ୍ୟକ୍ରମକୁ ନକାରାତ୍ମକ ଦୃଷ୍ଟିରେ ଦେଖେ, କିମ୍ବା ଆମର ପରମାଣୁ କ୍ଷମତାକୁ ନଷ୍ଟ କରିବାକୁ ଚେଷ୍ଟା କରେ, ଯାହାକି ଅସମ୍ଭବ।’

ମୁଁ ସବୁଠାରୁ ଖରାପ ପରିସ୍ଥିତି ବିଷୟରେ କହୁଛି, ଯାହା ଅସମ୍ଭବ, କାରଣ ପାକିସ୍ତାନକୁ ନିଜକୁ ରକ୍ଷା କରିବାର କ୍ଷମତା ଅଛି। କିନ୍ତୁ ଯଦି ଏପରି ପରିସ୍ଥିତି ଉପୁଜେ ଯେଉଁଠାରେ ଆମେରିକା ପାକିସ୍ତାନ ଉପରେ ଆକ୍ରମଣ କରେ... ଆମେରିକା ଆମର ପରମାଣୁ ପରିସର ମଧ୍ୟରେ ନାହିଁ, ଆମେ ଆଞ୍ଚଳିକ କ୍ଷେତ୍ରରେ ସେମାନଙ୍କର ଘାଟିରେ ପହଞ୍ଚିପାରିବୁ ନାହିଁ, କିମ୍ବା ଆମେ ଇସ୍ରାଏଲ ଉପରେ ଆକ୍ରମଣ ମଧ୍ୟ କରିପାରିବୁ ନାହିଁ, ତେବେ ଆମର କ'ଣ ଉପାୟ ରହିବ?

ତା’ପରେ ସେ ଏକ ଅଜବ ବୟାନ ଦେଲେ। ବାସିତ୍ କହିଲେ, ଆମର ଆଉ କିଛି କରିବାର ନାହିଁ। ଯଦି ଆମର ରେଞ୍ଜ ଆମେରିକା ପର୍ଯ୍ୟନ୍ତ ନପହଁଞ୍ଚେ ତେବେ ଆମେ କିଛି ଚିନ୍ତା ନକରି ଭାରତ ଉପରେ ଆକ୍ରମଣ କରିବୁ। ଆମେ ମୁମ୍ବାଇ ଉପରେ ଆକ୍ରମଣ କରିବୁ, ଆମେ ନୂଆଦିଲ୍ଲୀ ଉପରେ ବି ଆକ୍ରମଣ କରିବୁ। ଆମେ ହାର ମାନିବୁ ନାହିଁ। ପରେ ଯାହା ହେବ ତାହା ଦେଖାଯିବ। ଯଦି ଆମେରିକା ଆମ ଉପରେ ଆକ୍ରମଣ କରେ ତେବେ ଆମର ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ, ଯାହା ଅସମ୍ଭବ। ତେଣୁ ବିଶ୍ୱ ଜାଣିବା ଉଚିତ ଯେ ଯଦି କେହି ଆମ ଉପରେ ଖରାପ ନଜର ପକାଏ, ତେବେ ଆମେ ଜବାବ ନ ଦେଇ ପଛକୁ ହଟିବୁ ନାହିଁ।’ ଏହାପରେ ବାସିତ୍ କହୁଛନ୍ତି, ଯଦିଓ ଭାରତ ଏଭଳି ଚାହିଁବନି। ଆମେ ବି ଏଭଳି କୌଣସି ସ୍ଥିତି ଚାହୁଁନୁ। ଆମେ ଚାହିଁବୁ ସେମାନେ ଆମ ଉପରେ ଖରାପ ଦୃଷ୍ଟି ନପକାନ୍ତୁ।