ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୨୩ ଅକ୍ଟୋବରରେ ଓ୍ବାୟନାଡ଼ରେ ନାମାଙ୍କନ ଦାଖଲ କରିବେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ବି ରହିବେ ଉପସ୍ଥିତ

Published By : Gurupada Nath | October 19, 2024 4:33 PM

ନୂଆଦିଲ୍ଲୀ, ୧୯/୧୦ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ନିର୍ବାଚନୀ ମୈଦାନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ କେରଳର ଓ୍ବାୟନାଡ଼ ଲୋକସଭା ସିଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଯେଉଁ ସିଟ୍ ତାଙ୍କ ଭାଇ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଛାଡ଼ିବା ପରେ ଖାଲି ହୋଇଛି । ପ୍ରିୟଙ୍କା ଓ୍ବାୟନାଡ଼ ଲୋକସଭା ସିଟରେ ନିଜ ନାମାଙ୍କନ ୨୩ଅକ୍ଟୋବରରେ ଦାଖଲ କରିବେ ।

ଏହି ସମୟରେ ରାହୁଲ ଗାନ୍ଧୀ ବି ତାଙ୍କ ସହ ଉପସ୍ଥିତ ରହିବେ । ନିଜ ନାମାଙ୍କନ ଦାଖଲ କରିବା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ରୋଡ଼ ଶୋ ବାହାର କରିବେ । ପ୍ରକାଶ ଯେ, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ୧୪ରାଜ୍ୟର ୪୮ବିଧାନସଭା ସିଟ୍ ଏବଂ ଦୁଇ ରାଜ୍ୟର ଦୁଇ ଲୋକସଭା ସିଟରେ ଉପନିର୍ବାଚନ ହେବ । ଯେଉଁ ଦୁଇ ଲୋକସଭା ସିଟରେ ଉପନିର୍ବାଚନ ଲାଗି ତାରିଖର ଘୋଷଣା ହେବ ସେଥିରେ ରାହୁଲ ଗାନ୍ଧୀଙ୍କ ଇସ୍ତଫାରେ ଖାଲି ପଡ଼ିଥିବା କେରଳର ଓ୍ବାୟନାଡ଼ ଲୋକସଭା ସିଟ୍ ବି ରହିଛି ।

ଓ୍ବାୟନାଡ଼ ସିଟରୁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଘୋଷଣା ବି କରି ଦେଇଛି । ଓ୍ବାୟନାଡ଼ ସଂସଦୀୟ ସିଟରେ ୧୩ନଭେମ୍ବରରେ ଉପନିର୍ବାଚନ ହେବ । ଫଳାଫଳ ୨୩ନଭେମ୍ବରରେ ଘୋଷଣା କରାଯିବ । ଓ୍ବାୟନାଡ଼ ଲୋକସଭା ସିଟ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବାରା ଖାଲି କରାଯାଇଥିଲା କାରଣ ସେ ରାୟବରେଲୀ ସିଟ୍ ନିଜ ପାଖରେ ରଖିବାକୁ ବିକଳ୍ପ ବାଛିଥିଲେ । ଏହା ପ୍ରଥମ ଥର ଅଟେ ଯେତେବେଳେ ପ୍ରିୟଙ୍କା ଗାନ୍ଧୀ କୌଣସି ନିର୍ବାଚନ ଲଢିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.