ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଖଲିସ୍ତାନୀ ସମର୍ଥକଙ୍କ ଦାଦାଗିରି; 'କାନାଡା ନାଗରିକଙ୍କୁ କହିଲେ,'ଆମେ ପ୍ରକୃତ ନାଗରିକ, ତୁମେ ସବୁ ଅନୁପ୍ରବେଶକାରୀ'

Published By : Soubhagya Ranjan | November 15, 2024 4:52 PM

ନୂଆଦିଲ୍ଲୀ,୧୫/୧୧: କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ କାନାଡାର ଶ୍ବେତ କାନାଡୀୟ ନାଗରିକଙ୍କୁ “ଅନୁପ୍ରବେଶକାରୀ” ବୋଲି କହୁଛନ୍ତି ଏବଂ ସେମାନଙ୍କୁ ଦେଶ ଛାଡ଼ିବାକୁ ଦାବି କରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଖାଲିସ୍ତାନ ସମର୍ଥକମାନେ କାନାଡା ନାଗରିକମାନଙ୍କୁ ଇଂଲଣ୍ଡ ଏବଂ ୟୁରୋପକୁ ଫେରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି। ବ୍ରିଟିଶ କଲମ୍ବିଆର ସରେ ସହରରେ ଏକ ନଗର କିର୍ତ୍ତନ ସମୟରେ ଏହି ଘଟଣା ଘଟିଛି।

ଏହି ଭିଡିଓରେ ଖାଲିସ୍ତାନ ସମର୍ଥକମାନେ ମଧ୍ୟ କହିଛନ୍ତି ଯେ 'ଆମେ କାନାଡାର ମାଲିକ ଏବଂ ଶ୍ୱେତ ଲୋକମାନେ ୟୁରୋପ ଏବଂ ଇସ୍ରାଏଲକୁ ଫେରିବା ଉଚିତ୍।' ଏହି ଭିଡିଓକୁ ସ୍ଥାନୀୟ ସାମ୍ବାଦିକ ଡାନିଏଲ ବୋର୍ଡମ୍ୟାନ 'ଏକ୍ସ' ରେ ସେୟାର କରିଛନ୍ତି ଯେଉଁଥିରେ ଦୁଇ ମିନିଟର କ୍ଲିପରେ ଖଲିସ୍ତାନୀ କାନାଡାର ମାଲିକାନା ଦାବି କରିଛନ୍ତି ଏବଂ ଶ୍ବେତ କାନାଡିୟମାନଙ୍କୁ "ଅନୁପ୍ରବେଶକାରୀ" ଭାବରେ ଦର୍ଶାଇଛନ୍ତି।

ନାଗରିକତା ଓ ଅଧିକାର ଉପରେ ଉଠିଲା ପ୍ରଶ୍ନ:

ଭିଡିଓରେ ଖାଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ କାନାଡା ପତାକା ପରିବର୍ତ୍ତେ ଖଲିସ୍ତାନୀ ପତାକା ମୁଖ୍ୟତଃ ପ୍ରଦର୍ଶିତ ହୋଇଥିଲା ଏବଂ କେତେକ ବିକ୍ଷୋଭକାରୀ ଖୋଲାଖୋଲି ଭାବେ କାନାଡାରେ ସେମାନଙ୍କର ଅଧିକାର ଅଛି ବୋଲି ଦର୍ଶାଇଥିଲେ। ଏହି ବିବାଦୀୟ ଘଟଣା କାନାଡାର ଖାଲିସ୍ତାନୀ ଆନ୍ଦୋଳନକୁ ନେଇ ନୂଆ ବିତର୍କର କାରଣ ପାଲଟିଛି, ଯେଉଁଠାରେ ଏହି ଆନ୍ଦୋଳନ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି।

ବହୁ ସଂଖ୍ୟକ ଭାରତୀୟ ବଂଶୋଦ୍ଭବ ଲୋକ କାନାଡାରେ ରୁହନ୍ତି। କିନ୍ତୁ ଏହା ସତ୍ତ୍ବେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ରୂପ ନେଇଛି। ଖଲିସ୍ତାନ ସମର୍ଥକ ଉପାଦାନଗୁଡ଼ିକର କାର୍ଯ୍ୟକଳାପକୁ ନେଇ ଦୁଇ ଦେଶ ମଧ୍ୟରେ ଗଭୀର ପାର୍ଥକ୍ୟ ଅଛି। କାନାଡାରେ ଖାଲିସ୍ତାନୀ ଗୋଷ୍ଠୀର ସକ୍ରିୟତା ଉପରେ ଭାରତ ଆପତ୍ତି ଉଠାଇଥିବାବେଳେ କାନାଡା ଏହି କାର୍ଯ୍ୟକଳାପକୁ ଘରୋଇ ନୀତି ଅନୁଯାୟୀ ଅଭିବ୍ୟକ୍ତିର ସ୍ବାଧିନତା ପରିସର ମଧ୍ୟରେ ବିଚାର କରିଛି। କିନ୍ତୁ ବର୍ତ୍ତମାନ ଏହି ଖାଲିସ୍ତାନ ସମର୍ଥକମାନେ ନିଜେ କାନାଡାରେ ହଇଚଇ ସୃଷ୍ଟି କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.