ଫିରିଙ୍ଗିଆ, ୨୪।୮ ଫିରିଙ୍ଗିଆ ବ୍ଲକ  ପକାରୀ ପଞ୍ଚାୟତ ର ଉପାନ୍ତ ଅଞ୍ଚଳ ସାର୍ତ୍ତା ଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ  ଅବ୍ୟବସ୍ଥା ଦେଇ ଗତି କରୁଛି । ଯାହାଦ୍ୱାରା ଛାତ୍ର ଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି।

ବିଦ୍ୟାଳୟ ରେ ୨ ଜଣ ଶିକ୍ଷକ  ଅଛନ୍ତି । ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି।ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ଜଣ ଛାତ୍ର ଛାତ୍ରୀ ଅଛନ୍ତି।  ଚତୁର୍ଥ ଶ୍ରେଣୀରେ  ଛାତ୍ରଛାତ୍ରୀ ନାହାନ୍ତି  । ବର୍ତ୍ତମାନ ବାଲ ବାଟିକାରେ ୧୨ ଜଣ ଛାତ୍ର ଛାତ୍ରୀ ପଢ଼ୁଛନ୍ତି। ସର୍ବମୋଟ ୨୬ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି।  ଦୁଇଟି ଶ୍ରେଣୀ କୋଠରୀ ରହିଛି।  ବହୁ ଅବ୍ୟବସ୍ଥାରେ ଶ୍ରେଣୀ କୋଠରୀ ରହିଛି  । ଛାତ ସିଲିଂ ଛାଡି ଗଲାଣି।  ବିଦ୍ୟାଳୟର କାନ୍ଥ ବାଡ଼ ମଇଳା ହୋଇ କଦର୍ଯ୍ୟ ହୋଇଥିବା ବେଳେ ରଙ୍ଗ କରାଯାଉ ନାହିଁ। ସେହିପରି ବିଦ୍ୟାଳୟ ବାହାରେ ଘାସ ଲଟା ବୁଦାରେ ଭର୍ତ୍ତି ହୋଇ ରହିଛି  ।

ଶନିବାର  ସକାଳ ନଅଟା ପର୍ଯ୍ୟନ୍ତ କୌଣସି ଛାତ୍ର ଛାତ୍ରୀ ସ୍କୁଲ  ଆସିନଥିଲେ।  ୧୦ଟା ପରେ ଚାରି  ଜଣ ଛାତ୍ର ଛାତ୍ରୀ ଆସିଥିଲେ l ଜଣେ  ଶିକ୍ଷକ ମଧ୍ୟ ଆସିନଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟର ଦୁଇ ଶିକ୍ଷକ ନିଜ ଇଛା ମୁତାବକ ଆସୁଛନ୍ତି । ଏମିତି କି ବିଦ୍ୟାଳୟରେ ପାଠ ପଢ଼ାଇବା ଦୂରର କଥା ପାଳି କରି ଶିକ୍ଷକମାନେ ଆସୁଥିବା ଅଭିଯୋଗ କରିଛନ୍ତି ।  ବିଦ୍ୟାଳୟରେ କିଭଳି ମଧ୍ୟାହ୍ନ ଭୋଜନ ଦିଆଯାଉଥିବ ତାହା ସାଧାରଣରେ ଅନୁମେୟ ବୋଲି କିଛି ଅଭିଭାବକ କହିଛନ୍ତି। ବିଦ୍ୟାଳୟର ଭିତିଭୂମି ର ବିକାଶ ପାଇଁ ଆସୁଥିବା ଟଙ୍କାର ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।   ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁନାଥ ବଗାରଙ୍କୁ ପଚାରିବାରୁ ବିଦ୍ୟାଳୟର ଅନ୍ୟଜଣେ ଶିକ୍ଷକ କୌଣସି ଛୁଟି ଦରଖାସ୍ତ ଦେଇନଥିବା କହିଥିବା ବେଳେ କାହିଁକି ଆସିନାହାନ୍ତି ଜାଣି ନଥିବା କହିଛନ୍ତି l