ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ପ୍ରୋସିଡିଂ ଚାଲିପାରିବ ନାହିଁ

Published By : Prameya | February 6, 2025 11:34 AM

କଟକ,୦୬/୦୨: ଅବସର କେବଳ କାର୍ଯ୍ୟରୁ ନିଜକୁ ବିରତ କରିବା ନୁହେଁ, ଏହା ଏକ ଦୀର୍ଘଦିନର ପ୍ରତୀକ୍ଷା ଯେଉଁଠି ଜଣେ କର୍ମଚାରୀ ଶାନ୍ତିରେ ଟିକେ ନିଶ୍ୱାସ ମାରିବା ପାଇଁ ସୁଯୋଗ ପାଇଥାଏ । ଏଭଳି  ସ୍ଥିତିରେ ଭିଜିଲାନ୍ସ ମାମଲା ରୁଜୁ କରିବାର ୧୨ବର୍ଷ ପରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ କରାଯିବା ଆଇନ ଦୃଷ୍ଟିରୁ  ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତଦେଇଛନ୍ତି। ଏହି ଅବସରରେ ଅଦାଲତ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ରୁଜୁ ଶୃଙ୍ଖଳାଗତ ପ୍ରୋସିଡିଂକୁ ରଦ୍ଦ  ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଧନେଶ୍ୱର ନାୟକଙ୍କ  ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର  ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି ।  

ମାମଲାରୁ ଜଣାଯାଇଛି ଯେ, ଲୁହାପଥର ଚାଲାଣ  ଅଭିଯୋଗରେ ୨୦୧୦ ମସିହାରେ ଭିଜିଲାନ୍ସ ପକ୍ଷରୁ  ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ  ହୋଇଥିଲା । ଆବେଦନକାରୀ ୨୦୨୨ ଅକ୍ଟୋବର  ୩୧ତାରିଖରେ କାର୍ଯ୍ୟରୁ ଅବସର ଗ୍ରହଣ କଲେ ।  ଏହି ଅବସର ଗ୍ରହଣ କରିବାର ମାତ୍ର ଚାରିଦିନ  ପୂର୍ବରୁ ଅର୍ଥାତ ୨୬ତାରିଖ ଦିନ ଭିଜିଲାନ୍ସ ଏସ୍‌ପି  ଆବେଦନକାରୀଙ୍କ ବିରୋଧରେ ଏକ ମେମୋରେଣ୍ଡମ ପରିବହନ କମିସନରଙ୍କ ନିକଟକୁ ପଠାଇଥିଲେ ।  କମିସନର ଏହାକୁ ଗ୍ରହଣ କରି ପରିବହନ ବିଭାଗକୁ  ପଠାଇ ଦେଇଥିଲେ । 

୨୦୨୪ ଫେବ୍ରୁଆରୀ ୨୧  ତାରିଖରେ ଆବେଦନକାରୀଙ୍କ ବିରୋଧରେ ଶୃଙ୍ଖଳାଗତ  କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଏହି ପ୍ରୋସିଡିଂକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି  ଅବସରରେ ଏତେ ବିଳମ୍ବରେ ଜଣେ ଅବସରପ୍ରାପ୍ତ  କର୍ମଚାରୀଙ୍କ ବିରୋଧରେ ପ୍ରୋସିଡିଂ କରାଯିବା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ମତ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନରଞ୍ଜନ  ସେଠୀ ମାମଲା ପରିଚାଳନା କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.