ସୋରଡା, ୭।୨ : କର୍ଣ୍ଣାଟକର ବେଙ୍ଗାଲୁର ଠାରେ ଫେବୃଆରୀ ୫ ତାରିଖ ୬ ଦିନିଆ ୬୯ତମ ରାଷ୍ଟ୍ରୀୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ସମାରୋହ ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ୧୯ ବର୍ଷ ରୁ କମ ବକ୍ସିଙ୍ଗ ଦଳର କୋଚ ଭାବେ ସୋରଡ଼ା ପିସି୍ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କ୍ରୀଡା ଅଧ୍ୟାପିକା ଏଲିଜ଼ା ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟ ର ବିଭିର୍ଣ୍ଣ ବିଦ୍ୟାଳୟ ରୁ ୬ ଜଣ ଛାତ୍ରୀ ଓ ୧୧ ଜଣ ଛାତ୍ର ଙ୍କୁ ନେଇ ଏଲିଜା କ୍ରୀଡା ସମାରୋହରେ ଯୋଗଦେଇଛନ୍ତି I ତାଙ୍କ ସହ ସମ୍ବଲପୁର ଧାମା ବିଦ୍ୟାଳୟର କ୍ରୀଡା ଅଧ୍ୟାପକ ରାମ କୁମାର ସାହୁ ଦଳ ପରିଚାଳକ ଭାବେ ମଧ୍ୟ ଯାଇଛନ୍ତି l ରାଜ୍ୟ ଶିକ୍ଷା ପରିଷଦ ତରଫରୁ ଜାତୀୟ ସ୍ତରରେ ସୋରଡ଼ା ରୁ ଏଲିଜ଼ା ରାଜ୍ୟରୁ କୋଚ ଭାବେ ପ୍ରତିନିଧିତ୍ୱ କରିଥିବାରୁ ଅଧ୍ୟାପକ ରାଜେଶ ପାତ୍ର, ରୋହିତ ବିଷୋୟୀ, କର୍ମଚାରୀ ନିନି ପାଢ଼ୀ, ମହେନ୍ଦ୍ର ପାଢ଼ୀ, ଗୋପାଳ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।