ପୁରୀ ୨୪/୧୦: ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ବାରଣ ସତ୍ତେ୍ୱ  ଅନେକ  ଯାତ୍ରୀ ସମୁଦ୍ର ସ୍ନାନ କରିଛନ୍ତି । ତେବେ ଗୁରୁବାର ଓ ଶୁକ୍ରବାର ସମୁଦ୍ରକୂଳରେ ଜୋର  ବର୍ଷା ପବନ ଅନୁଭୂତ ହେବ । ଜୀବନକୁ ବାଜି ଲଗାଇ ଏହାର ମଜ୍ଜା ନେବାକୁ ଓ  ରିଲ୍ସ କରି ସୋସିଆଲ ମିଡିଆରେ ଛାଡିବାକୁ କେହି ଉଦ୍ୟମ କରନ୍ତୁ ନାହିଁ ବୋଲି  ଜିଲ୍ଲାପାଳ ଗଣମାଧ୍ୟମ ଯୋଗେ ପରାମର୍ଶ ଜାରି କରିଛନ୍ତି । ବର୍ଷା, ପବନ ବେଳେ  ସମସ୍ତେ ନିଜ ଘରେ କିମ୍ବା ସୁରକ୍ଷିତ କୋଠା ଘରେ ଆଶ୍ରୟ ନେବାକୁ ସେ ଗଣମାଧ୍ୟମ  ଯୋଗେ ନିବେଦନ କରିଛନ୍ତି । ସେହିପରି ଯାତ୍ରୀଙ୍କୁ ସମୁଦ୍ର ସ୍ନାନରୁ ରୋକିବା ନିମନ୍ତେ  ବେଳାଭୂମିରେ ଲାଇଫ୍‌, ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବାକୁ ପ୍ରସ୍ତୁତି ହୋଇଛି ।