ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ, ପ୍ରକଳ୍ପଗୁଡିକ ଠିକ୍ ସମୟରେ ତଦାରଖ କରାଯାଇ ପାରିବ : ମୁଖ୍ୟମନ୍ତ୍ରୀ

Published By : Suraj Kumar | April 23, 2025 5:14 PM

ଭୁବନେଶ୍ବର,୨୩।୪ :ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର   ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ପ୍ରକଳ୍ପ ଗୁଡିକ ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ । ପ୍ରକଳ୍ପଗୁଡିକ ନିର୍ଭୁଲ ଭାବରେ କାର୍ଯ୍ୟକାରୀ ହେବା ସହିତ ଏଥିରେ ଅଧିକ ଦକ୍ଷତା ଆସି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ପୂର୍ବରୁ ଯେଉଁ ମନିଟରିଂ ସିଷ୍ଟମ ଥିଲା, ସେଥିରେ ସୂଚନା ଗୁଡିକ ଠିକ୍ ଭାବେ ଆସି ପାରୁନଥିଲା। କାର୍ଯ୍ୟର ଅଗ୍ରଗତି ମନ୍ଥର ହେଉଥିଲା ଏବଂ ତା’ସହିତ ନିଷ୍ପତ୍ତି ନେବାରେ ମଧ୍ୟ ବିଳମ୍ବ ହେଉଥିଲା। ଏହି ଉନ୍ନତ GIS ଡ୍ୟାସବୋର୍ଡ ମାଧ୍ୟମରେ ସମସ୍ତ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ସାର୍ବଜନୀନ ସମ୍ପତ୍ତି ଏବଂ ଚାଲୁରହିଥିବା ପ୍ରକଳ୍ପଗୁଡ଼ିକର ସଦ୍ୟ ଚିତ୍ର ଦେଖିହେବ । ଜିଲ୍ଲା ଏବଂ ବ୍ଲକସ୍ତରରେ ଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଜାଣିହେବ। ଏହା ସହିତ ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ସଠିକ୍ ସ୍ଥାନ ନିରୂପଣ କରିବାକୁ ରାସ୍ତା ଏବଂ ସାଟେଲାଇଟ୍ ମ୍ୟାପ୍ ମଧ୍ୟ ଦେଖିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଏହି ବ୍ୟବସ୍ଥାରେ ଅଧିକ   ଆର୍ଥିକ ସ୍ୱଚ୍ଛତା ଆସିପାରିବ ବୋଲି ସେ କହିଥିଲେ। 

 ଡ୍ୟାସ୍‌ ବୋର୍ଡରେ ଥିବା ଇସ୍ୟୁ ଟ୍ରାକର ବ୍ୟବସ୍ଥା ଦ୍ୱାରା ପ୍ରକଳ୍ପ ଗୁଡ଼ିକର ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଜମି ସମସ୍ୟା ଏବଂ ଜବରଦଖଲ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ସଠିକ୍ ତଦାରଖ କରାଯାଇପାରିବ। ଲାଇଭ୍ ପ୍ରୋଜେକ୍ଟ ଟ୍ରାକିଂ, ଆର୍ଥିକ ତଦାରଖ, ସକ୍ରିୟ ବିପଦ ସତର୍କତା ଏବଂ କାର୍ଯ୍ୟଦକ୍ଷତା ନିରୀକ୍ଷଣ ସୁବିଧା ଦ୍ୱାରା ପ୍ରକଳ୍ପକୁ ନେଇ ନିଷ୍ପତ୍ତି ଗ୍ରହଣ କରିବା ଆହୁରି ସହଜ ହେବ। 

ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡକୁ ଆହୁରି ବ୍ୟାପକ କରି ଅନ୍ୟ ବିଭାଗଗୁଡ଼ିକ ଦ୍ୱାରା ବ୍ୟବହାର ଉପଯୋଗୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଓଡ଼ିଶାର ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ବ୍ୟବସ୍ଥା ଦୃଢ଼ୀଭୁତ ହେବ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣର ଲକ୍ଷ୍ୟ ଆହୁରି ତ୍ୱରାନ୍ୱିତ ହେବ।

 ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହା  ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.